ଓଡ଼ିଶାଲାଇଭ୍ ବ୍ୟୁରୋ

ରସ୍କିନ ବଣ୍ଡ୍ ଜଣେ ଅତି ପରିଚିତ ଭାରତୀୟ ଲେଖକ। ଗଳ୍ପ, କବିତା, ଉପନ୍ୟାସ ଓ ପ୍ରବନ୍ଧ- ସବୁଥିରେ ତାଙ୍କର ବେଶ୍ ଖ୍ୟାତି। ସେ ଯେତେବେଳେ ତରୁଣ ବୟସରେ ଲେଖାଲେଖି ଆରମ୍ଭ କଲେ ତାଙ୍କ ପରିବାର ଭାବୁଥିଲେ, ଦିନେ ସେ ଚାକିରି ବାକିରି ଖୋଜି ସେଥିରେ ମନଦେବେ। ଲେଖାଲେଖି ଆପେ ଆପେ ଛାଡ଼ିଦେବେ।

କିନ୍ତୁ ରସ୍କିନ ଧୀରେ ଧୀରେ ସାହିତ୍ୟରେ ମଜି ଯାଇଥିଲେ। ପ୍ରଥମେ ପ୍ରଥମେ ସେ ବିଭିନ୍ନ ପତ୍ରପତ୍ରିକାକୁ ପଠାଉଥିବା ଲେଖା ପ୍ରକାଶ ନହୋଇ ଫେରି ଆସୁଥିଲା। ହେଲେ ଦକ୍ଷିଣ ଭାରତର ଗୋଟିଏ ପତ୍ରିକାରେ ତାଙ୍କର ଲେଖା ନିୟମିତ ବାହାରୁଥିଲା। ପ୍ରତି ଲେଖା ପାଇଁ ତାଙ୍କୁ ୫ ଟଙ୍କା ପାରିତୋଷିକ ମଧ୍ୟ ମିଳୁଥିଲା।

ରସ୍କିନ ବଣ୍ଡ୍ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ‘‘୧୯୫୧ ମସିହାରେ ୫ ଟଙ୍କା କିଛି କମ୍ ନଥିଲା। ଏହି ପଇସାରେ ବେଶ୍ କିଛି କିଣାକିଣି କରି ହେଉଥିଲା, ଚାରି ଚାରିଟା ସିନେମା ଦେଖି ହେଉଥିଲା କି ଗୋଟେ ପେପରବ୍ୟାକ୍ ବହି କିଣି ହେଉଥିଲା”।

ଗୋଟିଏ ଲେଖା ପାଇଁ ତାଙ୍କ ପାଖକୁ ୫ ଟଙ୍କା ବଦଳରେ ଅଢ଼େଇ ଟଙ୍କାର ମନିଅର୍ଡର ଆସିଲା। ସେ ପ୍ରକାଶକଙ୍କୁ ଏଥିପାଇଁ ଗୋଟିଏ କଡ଼ା ଚିଠି ଲେଖିଥିଲେ। ହେଲେ ଉତ୍ତର ଆସିଲା ଯେ, ତାଙ୍କୁ ଅଢ଼େଇ ଟଙ୍କା ପଠେଇ ବାକି ଅଢ଼େଇ ଟଙ୍କାରେ ପତ୍ରିକା ପକ୍ଷରୁ ତାଙ୍କୁ ବାର୍ଷିକ ଗ୍ରାହକ କରି ଦିଆଯାଇଛି।

Tags: #RuskinBond #RuskinBond #RuskinBondBooks #RuskinBondStories #RuskinBondQuotes #ViralReels

Comment