ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶ ବିଭାଜନ ସମୟର କଥା। ସମସ୍ତେ ସକ୍ରିୟ ହୋଇ ଉଠିଥାନ୍ତି। ମହମ୍ମଦ ଅଲ୍ଲି ଜିନ୍ନା ତାଙ୍କର ସହଯୋଗୀମାନଙ୍କୁ ଧରି ପାକିସ୍ତାନ ସ୍ୱପ୍ନରେ ବ୍ୟସ୍ତ। ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଅନ୍ୟମାନେ ଭାରତକୁ କେମିତି ଚଳାଇବେ ସେ ନେଇ ଚିନ୍ତିତ। ସେପଟେ ବ୍ରିଟେନ୍ ବ୍ୟସ୍ତ ଥାଏ କିପରି ଭାରତ ଛାଡ଼ି ଚାଲିଯିବ।

ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍ ତାଙ୍କ ସ୍କୁଲ ସମୟର କଥା ଆତ୍ମଜୀବନୀରେ ଲେଖିଛନ୍ତି। ସେଦିନ ସକାଳେ ପ୍ରାର୍ଥନା ସରିବା ପରେ ହେଡ୍ ମାଷ୍ଟର ଘୋଷଣା କରିଥିଲେ ଯେ, ଯେଉଁ ଛାତ୍ରମାନେ ମୁସଲମାନ ସେମାନେ ଏବେ ନିଜ ନିଜ ଘରକୁ ଫେରିଯିବେ। ନୂଆକରି ଗଠନ ହୋଇଥିବା ପାକିସ୍ତାନ ପଟେ ଯେଉଁମାନଙ୍କ ଘର, ସେମାନଙ୍କୁ ତୁରନ୍ତ ତାଙ୍କ ଦେଶକୁ ପଠାଇ ଦିଆଯିବ। ସେତେବେଳକୁ ସିମ୍ଲାର ସେହି ବୋର୍ଡିଂ ସ୍କୁଲରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ବୌଦ୍ଧ, ଶିଖ୍ ଓ ପାର୍ସି ଧର୍ମର ପିଲାମାନେ ପଢ଼ୁଥିଲେ।

ସେଦିନ ପ୍ରାୟ ୫୦ ପାଖାପାଖି ମୁସଲମାନ ଛାତ୍ରଙ୍କୁ ସ୍କୁଲ ଓ ହଷ୍ଟେଲ ଛାଡ଼ିବାକୁ ପଡ଼ିଲା। ବ୍ରିଟିଶ ସେନାର ଟ୍ରକରେ ସେମାନଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା।

ସେତେବେଳେ ଦେଶ ବିଭାଜନ ଗୋଟିଏ ଶ୍ରେଣୀରେ ଏକାଠି ବସି ପଢ଼ୁଥିବା ପିଲାମାନଙ୍କୁ ଏମିତି ହଠାତ୍ ଅଲଗା କରିଦେଇଥିଲା।

#ruskinbond #Ruskinbondbiography #partion #Ruskinbondbook

LEAVE A REPLY

Please enter your comment!
Please enter your name here