ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ସମେତ ସୁପ୍ରିମକୋର୍ଟର ୨୧ ଜଣ ବିଚାରପତି ସେମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି। ଏହି ସମ୍ପତ୍ତି ବିବରଣୀ ସୁପ୍ରିମକୋର୍ଟର ୱେବସାଇଟରେ ଅପଲୋଡ୍ କରାଯାଇଛି।
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଦର୍ଶାଇଛନ୍ତି ଯେ, ତାଙ୍କ ପିପିଏଫ୍ ଓ ଜିପିଏଫ୍ ଆକାଉଣ୍ଟରେ ୨ କୋଟି ୮୪ ଲକ୍ଷ ଟଙ୍କା ରହିଛି। ସେହିପରି ଫିକ୍ସ ଡିପୋଜିଟ୍ ଓ ବ୍ୟାଙ୍କ ଖାତାରେ ୫୫ ଲକ୍ଷ ୭୫ ହଜାର ଟଙ୍କା ରହିଛି। ଗୋଟିଏ ଏଲଆଇସି ମନି ବ୍ୟାକ୍ ପଲିସି ରହିଛି, ଯାହାର ବାର୍ଷିକ ପ୍ରିମିୟମ୍ ହେଉଛି ୨୯ ହଜାର ୬୨୫ ଟଙ୍କା। ସେହିପରି ୧୪ ହଜାର ଟଙ୍କା ମୂଲ୍ୟର ସେୟାର ରହିଛି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନିକଟରେ।
ଜଷ୍ଟିସ ଯଶୋବନ୍ତ ବର୍ମା ବିବାଦକୁ ନେଇ ନିକଟରେ ନ୍ୟାୟିକ ବ୍ୟବସ୍ଥା ଭିତରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏହା ପରେ ବିଚାରପତିମାନେ ସେମାନଙ୍କ ସମ୍ପତ୍ତି ବିବରଣୀ ପ୍ରକାଶ କରିବେ ଏବଂ ଏହା ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ କରାଯିବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ।
Tags: #SupremeCourt #SanjeevKhanna #ChiefJustice #India

















