ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ମକ୍ ଡ୍ରିଲକୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେଇଥିଲା।

ଏହି ମକ୍ ଡ୍ରିଲ୍ ବାଲେଶ୍ଵର ସହରାଞ୍ଚଳରେ ହେବ। ଏହା ପୂର୍ବରୁ ଡାକବାଜି ଯନ୍ତ୍ର ସହାୟତାରେ ଜନସାଧାରଣଙ୍କୁ ଅବଗତ କରିବାକୁ ନିଷ୍ପେତ୍ତି ହୋଇଥିଲା।

ସହରର ୯ଟି ସ୍ଥାନରେ ସାଇରନ ବ୍ୟବସ୍ଥା କରାଯାଇଛି। ବ୍ୟବସାୟୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍ ସେବା, ଜନସାଧାରଣଙ୍କ ରାସ୍ତା ଉପରେ ଚଳପ୍ରଚଳ ଯେପରି ସମ୍ପୂର୍ଣ୍ଣ ବନ୍ଦ ହେବ ସେଥିପ୍ରତି ଧ୍ୟାନ ଦେବକୁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ସଦର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ଶିର୍କେଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ।

Tags: #EmergencyMeeting #MockDrill #Balasore #India

Comment