ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏବେ ବିଭିନ୍ନ ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ‘ବୟକଟ୍ ତୁର୍କୀ’ ଟ୍ରେଣ୍ଡ ହେବାରେ ଲାଗିଛି। ଭାରତ ସହ ସଂଘର୍ଷ ସମୟରେ ପାକିସ୍ତାନକୁ ତୁର୍କୀ ସମର୍ଥନ ଓ ସହାୟତା କରିଥିଲା। ଡ୍ରୋନ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଯୋଗାଇଥିଲା ତୁର୍କୀ। ଏନେଇ ତୁର୍କୀକୁ ବୟକଟ କରିବାକୁ ଭାରତୀୟମାନେ ଜୋରଦାର ଦାବି ଉଠାଇଛନ୍ତି।
ତୁର୍କୀରେ ୨୦୨୩ରେ ଘଟିଥିବା ବିନାଶକାରୀ ଭୂମିକମ୍ପ ପରେ ପ୍ରଥମ ଦେଶ ଭାବେ ଭାରତ ବନ୍ଧୁତାର ହାତ ବଢ଼ାଇଥିଲା। ପ୍ରାକୃତିକ ବିପର୍ଯ୍ୟୟର କିଛି ଘଣ୍ଟା ଭିତରେ ତୁର୍କୀକୁ ଭାରତ ମାନବୀୟ ସହାୟତା ପଠାଇଥିଲା। ହେଲେ ତୁର୍କୀ ଏବେ ବନ୍ଧୁତାରେ ବିଷ ଦେଇଛି ଅନେକେ ଅଭିଯୋଗ କରିଛନ୍ତି।
ତୁର୍କୀ ସହ ସମସ୍ତ ପ୍ରକାର ବାଣିଜ୍ୟିକ କାରବାର ବନ୍ଦ କରିବା ସହ ସେଠାକୁ କୌଣସି ଭାରତୀୟ ପର୍ଯ୍ୟଟକ ନ ଯିବା ଲାଗି କିଛି ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି। ଏହାସହ ଭାରତରେ ଥିବା ତୁର୍କୀର କିଛି ଟେକ୍ନୋଲୋଜି, ଖାଦ୍ୟ, ପୋଷାକ ଓ ଟ୍ରାଭେଲ କମ୍ପାନିକୁ ବର୍ଜନ କରିବା ଲାଗି ମଧ୍ୟ ଦାବି ହୋଇଛି।
Tags: #BoycottTurkey #IndiaPakistanConflict #India










