ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ୟାଗ, ସେବା ଓ ମମତାର ଏକ ଆଦରଣୀୟ ବ୍ୟକ୍ତିତ୍ଵ ଥିଲେ ରମାଦେବୀ। ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳବଲ୍ଲଭଙ୍କ ଝିଅ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ସ୍ତ୍ରୀ ଭାବେ ଦିନେ ପରିଚିତ ରମାଦେବୀ ନିଜର ସାଧନା ବଳରେ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ।

ସ୍ଵାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଏବଂ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନଙ୍କ ସେବାଠାରୁ ଆରମ୍ଭକରି ନାରୀ ସମାଜର ଉତ୍ଥାନ ତଥା ସାଂପ୍ରଦାୟିକ ଦଙ୍ଗା ବେଳେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଶାନ୍ତିର ବାର୍ତ୍ତା ପ୍ରତିଷ୍ଠା କରିଥିଲେ ଓଡ଼ିଶାର ଏହି ମହିୟସୀ – ମା’ ରମାଦେବୀ।

ମା’ ଯେପରି ବାଛ ବିଚାର ନକରି, ସୁଖ ଦୁଃଖରେ ସବୁ ପିଲାଙ୍କୁ ଆଦରି ନିଏ, ପରାଧୀନ ଭାରତରେ ରମାଦେବୀ ଥିଲେ ସେପରି ଏକ ଚରିତ୍ର, ମମତା ଓ ମାନବିକତାରେ ପରିପୂର୍ଣ୍ଣ ବିରଳ ବ୍ୟକ୍ତିତ୍ଵ।

ପଡ୍‌କାଷ୍ଟ ଓଡ଼ିଶା’ ରେ ସେହି ମହାନ ଭାରତୀୟ ମହିଳାଙ୍କ ସେବା ଓ ବଳିଦାନର କାହାଣୀ।

Tags: #PodcastOdisha #Ramadevi #FreedomStruggle

Comment