ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ। ସ୍ଵାଧୀନତା ଆନ୍ଦୋଳନ, ସମାଜସେବା ଓ ରାଜନୀତି -ଜୀବନର ପ୍ରତିଟି ପାହାଚରେ ନବକୃଷ୍ଣ ଥିଲେ ତ୍ୟାଗର ଏକ ବିରଳ ଉଦାହରଣ।

ଗାନ୍ଧିଜୀଙ୍କ ଡାକରାରେ ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ ନବକୃଷ୍ଣ ଚୌଧୁରୀ। ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ, ଭାଉଜ ରମାଦେବୀ ଏବଂ ସ୍ତ୍ରୀ ମାଳତୀ, ତାଙ୍କର ପୂରା ପରିବାର ସ୍ଵାଧୀନତା ସଂଗ୍ରାମରେ ସକ୍ରିୟ ଥିଲେ।

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ବିରଳ ସଂଗ୍ରାମୀ। ଯାହା ଶପଥ କରୁଥିଲେ, କରି ଦେଖାଉଥିଲେ। ସେତେବେଳେ ସମାଜରୁ ବିଭିନ୍ନ କୁସଂସ୍କାର ଦୂର କରିବା, ଛୁଆଁ ଅଛୁଆଁ ଭେଦଭାବ ହଟାଇବା ଏବଂ ଗାଁ ଗହଳର ଗରିବ ଲୋକଙ୍କ ପାଇଁ କାମ କରିବାକୁ ଜୀବନର ପଣ କରି ନେଇଥିଲେ ନବକୃଷ୍ଣ ଓ ତାଙ୍କ ସ୍ତ୍ରୀ ମାଳତୀ ଚୌଧୁରୀ।

ଓଡ଼ିଶା ଇତିହାସରେ ନବକୃଷ୍ଣ ଚୌଧୁରୀ ଜଣେ ନିଆରା ବ୍ୟକ୍ତିତ୍ଵ। ସ୍ଵାଧୀନତା ପରେ ସେ ମନ୍ତ୍ରୀ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ ଥିଲେ। କିନ୍ତୁ ଦିନେ ପୁଣି ସବୁକିଛି ଛାଡ଼ିଦେଇ ଚାଲିଯାଇଥିଲେ ଜନତାଙ୍କ ଭିତରକୁ।

ନବବାବୁ ଅସାଧାରଣ ଥିଲେ। କିନ୍ତୁ ଅତି ସାଧାରଣ ଥିଲା ତାଙ୍କର ବ୍ୟକ୍ତିଗତ ଜୀବନ, ଆବଶ୍ୟକତା ଓ ଆଚରଣ।

ରାଜାରାଜୁଡ଼ାଙ୍କ ଅତ୍ୟାଚାର ବିରୋଧରେ ଗଡ଼ଜାତ ଆନ୍ଦୋଳନର ମଙ୍ଗ ଧରିଥିଲେ ନବକୃଷ୍ଣ ଚୌଧୁରୀ। ମୁଖ୍ୟମନ୍ତ୍ରୀ ଥିଲା ବେଳେ ଜମିଦାରୀ ଆଇନର ଉଚ୍ଛେଦ କରାଇଥିଲେ। ପୁଣି ବିଧାନସଭାରେ ଓ ରାଜ୍ୟ ଶାସନତନ୍ତ୍ରରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ପ୍ରଥମେ ମନ୍ତ୍ର ଫୁଙ୍କିଥିଲେ ଏହି ଜନନେତା।

ନବକୃଷ୍ଣ ଚୌଧୁରୀ ଥିଲେ ଅତି ସରଳ, ପରିଶ୍ରମୀ ତଥା ସାଧାରଣ ମଣିଷଙ୍କ ପରି ଜୀଉଁଥିବା ଜଣେ ମଣିଷ। କ୍ଷମତା ରାଜନୀତିର ଦୁନିଆରେ ସେ ଥିଲେ ତ୍ୟାଗର ଏକ ବିରଳ ଉଦାହରଣ। ତାଙ୍କର ସ୍ଵପ୍ନ, ସାଧନା ଓ ବଳିଦାନର କାହାଣୀ ଆଜିର ପିଢ଼ି ପାଇଁ ପ୍ରେରଣା।

Tags: #PodcastOdisha #NabakrushnaChoudhury #FreedomStruggle

Comment