ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହୁଏ, ଜାତୀୟ ସଙ୍ଗୀତ ଗାନ କରାଯାଏ। ଏହି ଜାତୀୟ ସଙ୍ଗୀତ ହେଉଛି ‘ଜନ ଗଣ ମନ’।
ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ‘ଜନ ଗଣ ମନ’ ସଙ୍ଗୀତ ପ୍ରଥମେ ୧୯୧୧ ଡିସେମ୍ବର ୨୭ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ଗାନ କରାଯାଇଥିଲା। ୧୯୫୦ ମସିହା ଜାନୁଆରି ୨୪ ତାରିଖରେ ଏହାକୁ ଜାତୀୟ ସଙ୍ଗୀତ ଭାବେ ମାନ୍ୟତା ମିଳିଥିଲା।
ତେବେ ଏହି ସଙ୍ଗୀତ ପ୍ରଥମେ ବଙ୍ଗଳା ଭାଷାରେ ଲେଖାଯାଇଥିଲା। ପରେ ହିନ୍ଦୀରେ ଅନୁବାଦ କରାଯାଇଥିଲା। ଏହି ସଙ୍ଗୀତ ଭାରତୀୟଙ୍କ ଏକତା ଏବଂ ବିବିଧତାର ପ୍ରତୀକ ଓ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା କରାଯାଇଥିବା ବଳିଦାନକୁ ମନେ ପକାଇଥାଏ।
Tags: #NationalAnthem #RabindranathTagore #JanaGanaMan #India











