ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଏସ୍ ଟପ୍ପର ମନୁ ଗର୍ଗ। ୟୁପିଏସସି ପରୀକ୍ଷାରେ ୯୧ତମ ସ୍ଥାନ ପାଇ ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସଂଘର୍ଷ ଓ ସଫଳତାର ଏହି କାହାଣୀ ହେଉଛି ମନୁ ଗର୍ଗ ଓ ତାଙ୍କ ମା’ ବନ୍ଦନା ଜୈନଙ୍କ କାହାଣୀ।

ନବମ ଶ୍ରେଣୀରେ ପଢୁଥିବାବେଳେ ଦୃଷ୍ଟିଶକ୍ତି ହରାଇଥିଲେ ମନୁ ଗର୍ଗ। ମନୁଙ୍କ ଦୃଷ୍ଟିଶକ୍ତି ପୂରା ଚାଲି ଯାଇଥିଲା, ହେଲେ ତାଙ୍କ ମନୋବଳ ଆଦୌ ଭାଙ୍ଗି ନଥିଲା। ମନୁଙ୍କ ମନୋବଳ ଓ ତାଙ୍କ ମା’ ବନ୍ଦନା ଜୈନଙ୍କ ଜିଦ୍, ସେମାନଙ୍କ ସ୍ପପ୍ନକୁ ବାସ୍ତବ ରୂପ ଦେଇଥିଲା। ବହିର ପ୍ରତ୍ୟେକ ପୃଷ୍ଠାକୁ ବଡ଼ ପାଟିରେ ପଢ଼ି ପୁଅକୁ ଶୁଣାଉଥିଲେ ବନ୍ଦନା। ଆଉ ମା’ଙ୍କଠାରୁ ପ୍ରତ୍ୟେକ ବିଷୟ ଶୁଣି ମନେ ରଖି ଦେଉଥିଲେ ମନୁ।

ୟୁପିଏସସି ପରୀକ୍ଷାରେ ସଫଳତା ପାଇବା ପରେ ମନୁ ଗର୍ଗ କହିଛନ୍ତି, “ମୋର ସଫଳତା କେବଳ ମୋର ନୁହେଁ, ଏହା ମୋ ମା’ଙ୍କର ମଧ୍ୟ ସଫଳତା। ସଂଘର୍ଷର ଏହି ଯାତ୍ରାର ପ୍ରତିଟି ମୁହୂର୍ତ୍ତରେ ମୋ ସହ ମା’ ରହିଥିଲେ”।

ପୁଅର ସଫଳତା ପାଇଁ ମା’ କ’ଣ କ’ଣ କରିପାରେ, ବନ୍ଦନା ହେଉଛନ୍ତି ତା’ର ଜ୍ୱଳନ୍ତ ଉଦାହରଣ। ଅସମ୍ଭବକୁ ସମ୍ଭବ କରିବା ପାଇଁ ବନ୍ଦନା ଜୈନ ଯେପରି ସାହସ ଦେଖାଇଛନ୍ତି; ସମାଜ, ପରିବାର ସଦସ୍ୟଙ୍କ ଟାହିଟାପରାକୁ ଖାତିର ନକରି ଏକାକୀ ଯେପରି ଲଢ଼େଇ କରିଛନ୍ତି, ତାହା ପ୍ରତ୍ୟେକ ମା’ଙ୍କ ପାଇଁ ପ୍ରେରଣା।

Tags: #IndianCivilServices #IAS #UPSC #IASMotivation #SuccessStory #IASManuGarg

Comment