ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) ରେଜଲ୍ଟ ୨୦୨୪। ଏଥିରେ ଟପ୍ପର ହୋଇଛନ୍ତି ଶକ୍ତି ଦୁବେ। ଦ୍ଵିତୀୟ ସ୍ଥାନରେ ରହିଛନ୍ତି ହର୍ଷିତା ଗୋୟଲ। ୟୁପିଏସସି ପରୀକ୍ଷାରେ ତୃତୀୟ ସ୍ଥାନରେ ଡୋଙ୍ଗରେ ଅର୍ଚିତ ପରାଗ ରହିଥିବା ବେଳେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ଶାହ ମାର୍ଗି।
ଆକାଶ ଗର୍ଗ ପଞ୍ଚମ ସ୍ଥାନରେ ରହିଥିବା ବେଳେ କୋମଲ କୁନିଆ ଷଷ୍ଠ, ଆୟୁଷି ବଂଶଲ ସପ୍ତମ, ରାଜକ୍ରିଷ୍ଣା ଝା ଅଷ୍ଟମ, ଆଦିତ୍ୟ ବିକ୍ରମ ଅଗ୍ରଓ୍ଵାଲ ନବମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି।
ୟୁପିଏସସି ପରୀକ୍ଷାରେ ସଫଳତା ପାଇଛନ୍ତି ଓଡ଼ିଶାର ପ୍ରାର୍ଥୀ। ୟୁପିଏସସି ପରୀକ୍ଷାରେ ୮୪ ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ଝିଅ ରିତିକା ରଥ। ସେହିପରି ଦେବିକା ପ୍ରିୟଦର୍ଶିନୀ ୯୫ ତମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ଆଚାର୍ଯ୍ୟ ୯୬ ସ୍ଥାନରେ, ଦୀପ୍ତି ରଞ୍ଜନ ପତି ୧୬୪ ତମ ସ୍ଥାନରେ, ରଶ୍ମୀ ପ୍ରଧାନ ୧୭୫ ତମ ସ୍ଥାନରେ, ନୀଳମାଧବ ପ୍ରଧାନ ୧୯୩ ତମ ସ୍ଥାନରେ, ଆଶୁତୋଷ ମିଶ୍ର ୧୯୮ ତମ ସ୍ଥାନରେ ରହିଥିବା ବେଳେ ଅନୁପ ନାୟକ ୨୧୨ ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି।
Tags: #UPSC #UPSCResult #Career #CivilService