ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ। ଏହା ଉପରେ ବିଚାର କରାଯାଉଥିବା ନେଇ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏହି ଆଣ୍ଟିଡ୍ରୋନ ସିଷ୍ଟମ୍ କ’ଣ ଏବଂ ଏହା ଶ୍ରୀମନ୍ଦିରରେ କାହିଁକି ଲାଗିବ ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଆସୁଛି।

ଅନେକ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳୁଛି। ଶ୍ରୀମନ୍ଦିରର ଅନେକ ଡ୍ରୋନ ଫୁଟେଜ ଭାଇରାଲ ମଧ୍ୟ ହେଉଛି। ଡ୍ରୋନଗୁଡ଼ିକୁ ଧରିବା କିମ୍ବା ଖସାଇବା ପାଇଁ କୌଣସି ଅତ୍ୟାଧୁନିକ ସିଷ୍ଟମ ପୁରୀ ପୋଲିସ ପାଖରେ ନାହିଁ।

ଏହି ଆଣ୍ଟିଡ୍ରୋନ ସିଷ୍ଟମ ଲାଗିବା ଦ୍ୱାରା ଶ୍ରୀମନ୍ଦିର ଉପରେ କିମ୍ବା ଚତୁଃପାର୍ଶ୍ଵରେ କେଉଁଠି ବି ଡ୍ରୋନ ଉଡ଼ିବା ମାତ୍ରେ ଏହାକୁ ଖସାଇ ଦିଆଯାଇପାରିବ। ଆଣ୍ଟିଡ୍ରୋନ୍‍ ଟେକ୍ନୋଲୋଜି ଲଗାଯିବା ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ। ଏଥିପାଇଁ ଆବଶ୍ୟକ ପଡ଼ଇଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଯୋଗାଇବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Tags: #OdishaGovernment #AntidroneSystem #JagannathTemple #Puri

Comment