ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରୁ ଶ୍ରୀମନ୍ଦିର ଭିତରକୁ ନେଇ ହେବନି ପଲିଥିନ ବ୍ୟାଗ। ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପଲିଥିନ୍ ବ୍ୟାଗ୍ ବଦଳରେ ଏବେ ବାଉଁଶ ପାଛିଆ, କାଗଜ କିମ୍ବା କପଡ଼ା ବ୍ୟାଗ ଆଦିରେ ଶ୍ରୀମନ୍ଦିରକୁ ଭକ୍ତମାନେ ଭୋଗ ଓ ଫୁଲ ନେବେ। ଏହି ନିୟମକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିବା ପାଇଁ ଭକ୍ତ ଓ ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସେହିପରି ଶ୍ରୀମନ୍ଦିରର ଚାରି ଦ୍ଵାର ସମ୍ମୁଖରେ ଥିବା ଦୋକାନଗୁଡ଼ିକରେ ମଧ୍ୟ ପଲିଥିନ୍‌ ବ୍ୟାଗରେ ଜିନିଷ ବିକ୍ରିକୁ ବାରଣ କରାଯାଇଛି। ଏ ଦିଗରେ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ପୂର୍ବରୁ ୨୦୨୦ ମସିହାରେ ଶ୍ରୀମନ୍ଦିରରେ ପଲିଥିନ ବ୍ୟାନ କରାଯାଇଥିଲେ ମଧ୍ୟ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇନଥିଲା। ଫଳରେ ଭକ୍ତମାନେ ମନ୍ଦିରକୁ ପଲିଥିନ ବ୍ୟାଗ ନେଇ ଯାଉଥିଲେ। ତେବେ ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିର ଆସୁଥିବା ଲୋକମାନଙ୍କୁ ଏ ବିଷୟରେ ସଚେତନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Tags: #SriMandir #PolyetheneBan #SJTAPuri #Odisha

Comment