ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରକାଶ ପାଇଛି ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ।
ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ସମୁଦାୟ ୧,୧୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୧୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଅନର୍ସ ଡିଷ୍ଟିଂସନ୍ ସହିତ ପ୍ରଥମ ଶ୍ରେଣୀରେ ୪୮୦ ଜଣ, ପ୍ରଥମ ଶ୍ରେଣୀରେ ୨୨୭ ଜଣ, ଅନର୍ସ ଡିଷ୍ଟିଂସନ୍ ସହିତ ଦ୍ଵିତୀୟ ଶ୍ରେଣୀରେ ୧୫ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୯୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ପାସହାର ରହିଛି ୮୨.୧ ପ୍ରତିଶତ।
କଳା ବିଭାଗରେ ପାସହାର ୮୦.୪ ପ୍ରତିଶତ ହୋଇଥିଲା ବେଳେ ବିଜ୍ଞାନ ବିଭାଗରେ ପାସହାର ୮୮.୩ ପ୍ରତିଶତ ଓ ବାଣିଜ୍ୟ ବିଭାଗରେ ପାସହାର ୮୦.୩ ପ୍ରତିଶତ ରହିଛି। ଭୂତତ୍ତ୍ୱ ବିଭାଗର ଛାତ୍ର ସୁଜଲ ଶୁଭ୍ରଜିତ ମହାବିଦ୍ୟାଳୟର ଟପ୍ପର ହୋଇଛନ୍ତି।
ଅର୍ଥନୀତି ବିଭାଗରେ ସ୍ମୃତି ଦାସ, ଶିକ୍ଷା ବିଭାଗରେ ଚର୍ଚ୍ଚିତା ବେହେରା, ଇଂରାଜୀ ବିଭାଗରେ ସ୍ଵାଗତିକା ରଥ, ଇତିହାସ ବିଭାଗରେ ପ୍ରଦୀପ ଭୋଇ, ଓଡ଼ିଆ ବିଭାଗରେ ସରସ୍ଵତୀ ପଲ୍ଲାଇ, ଦର୍ଶନ ବିଭାଗରେ କାଞ୍ଚନ ତ୍ରିପାଠୀ, ସଂସ୍କୃତରେ ଆୟୂଷୀ ପରିଡ଼ା, ରାଜନୀତି ବିଜ୍ଞାନ ବିଭାଗରେ ଶ୍ରୁତିପ୍ରଜ୍ଞା ମଲ୍ଲିକ, ହିନ୍ଦୀ ବିଭାଗରେ କାବେରୀ କବି, ମନସ୍ତତ୍ତ୍ଵ ବିଭାଗରେ ମାହେଶ୍ୱରୀ ଦାସ, ସମାଜତତ୍ତ୍ଵ ବିଭାଗରେ ଦେବୀସ୍ମିତା ଦାସ, ଊର୍ଦ୍ଦୁ ବିଭାଗରେ ଅନିସା ଫାତେମା ଏବଂ ଭୂଗୋଳ ବିଭାଗରେ ସୁଲଗ୍ନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଉଦ୍ଭିଦ ବିଜ୍ଞାନରେ ବିଶ୍ଵଜିତ ଷେଣ୍ଡ, ରସାୟନ ବିଜ୍ଞାନରେ ପ୍ରଣୟ ସୌରଭ ଘୋଷ, କମ୍ପ୍ୟୁଟର ବିଜ୍ଞାନରେ ବିଘ୍ନେଶ ଦାସ, ଗଣିତରେ ଶୁଭଶ୍ରୀ ପଣ୍ଡା, ପଦାର୍ଥ ବିଜ୍ଞାନରେ ସୌମ୍ୟା ଶୁଭଦର୍ଶିନୀ ସାହୁ, ପ୍ରାଣୀ ବିଜ୍ଞାନରେ ତନ୍ମୟ କର ଏବଂ ଭୂତତ୍ତ୍ଵ ବିଜ୍ଞାନରେ ସୁଜଲ ଶୁଭ୍ରଜିତ ପ୍ରଥମ ହୋଇଛନ୍ତି। ସ୍ନାତକ ବାଣିଜ୍ୟ ଅନର୍ସ ପରୀକ୍ଷାରେ ଦର୍ଶନ ମହାନ୍ତି ପ୍ରଥମ ସ୍ଥାନରେ ରହିଛନ୍ତି।
ସେହିପରି ବିବିଏ ବିଭାଗରେ ମୋଟ ୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ସ୍ଥାନ ଅଧିକାର କରି ସଫଳତା ହାସଲ ଖଣଇଛନ୍ତି ଆକାଂକ୍ଷା ପ୍ରଧାନ।
ଇଣ୍ଟିଗ୍ରେଟେଡ୍ ବିଏଡ କଳା ଓ ବିଜ୍ଞାନ ପରୀକ୍ଷା ଫଳାଫଳ ମଧ୍ୟ ପ୍ରକାଶିତ ହୋଇଛି। ଚଳିତ ବର୍ଷ କଳା ଓ ବିଜ୍ଞାନରେ ମୋଟ ୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସହାର ରହିଛି ୮୪.୮ ପ୍ରତିଶତ।
ସ୍ନାତକ କଳା ଭାଷା ବିଭାଗ ଅନ୍ତର୍ଗତ ଅନର୍ସ ପରୀକ୍ଷାରେ ଓଡ଼ିଆ ବିଭାଗର ସାବିତ୍ରୀ ଗିରି ପ୍ରଥମ ଶ୍ରେଣୀରେ ରହିଥିବାବେଳେ ସାମାଜିକ ବିଜ୍ଞାନ ଅନ୍ତର୍ଗତ ଭୂଗୋଳ ବିଭାଗର ଜ୍ୟୋତିର୍ମୟୀ ନନ୍ଦି ଏବଂ ଜୈବିକ ବିଜ୍ଞାନ ଅନ୍ତର୍ଗତ ପ୍ରାଣୀ ବିଜ୍ଞାନ ବିଭାଗର ଶ୍ରଦ୍ଧା ସୁମନ ଗାଁଣ ଏବଂ ଭୌତିକ ବିଜ୍ଞାନ ଅନ୍ତର୍ଗତ ପଦାର୍ଥ ବିଜ୍ଞାନ ବିଭାଗର ଅନ୍ଵେଷା ବଦ୍ଧନ ପ୍ରଥମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
Tags: #Exam #Result #FakirMohanAutonomousCollege #Graduation #Balasore #Odisha


















