ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ଆନୁକୂଲ୍ୟରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୁସ୍ତକ ‘କହିଥିଲି ଦିନେ’ ସ୍ଥାନୀୟ ଲକି ଇଣ୍ଟରନ୍ୟାସନାଲ ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି।
ଡାକ୍ତର ସତ୍ୟବ୍ରତ ନନ୍ଦଙ୍କ ଶୁଭ ଜନ୍ମଦିନ ଅବସରରେ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ପୁସ୍ତକ ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା। ଉତ୍ସବରେ ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟର ଡିନ୍ ପ୍ରଫେସର ସୁପ୍ରୀତି ମିଶ୍ର ଉଦଘାଟକ ଭାବେ ଯୋଗ ଦେଇଥିଲେ।
ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଥିବାବେଳେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ତଥା ବରିଷ୍ଠ ଗବେଷକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ।
ସଭା ପ୍ରାରମ୍ଭରେ ଦୀପକ ବୋଷଙ୍କ ରଚିତ ଏକ ଭଜନକୁ ଗୁରୁ ସତ୍ୟରଞ୍ଜନ ମହାନ୍ତି ପରିବେଷଣ କରିଥିଲେ। ଗାଳ୍ପିକ ନିବାରଣ ଜେନା ଅତିଥିମାନଙ୍କୁ ମଞ୍ଚ ଆବାହନ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ରଶ୍ମିରେଖା ପତି ଶେଷକଥା ରଖିଥିଲେ।
ସାରଦାପ୍ରସନ୍ନ ନନ୍ଦ, ଡାକ୍ତର ସୋମା ନନ୍ଦ ଓ ସୁଧୀର କୁମାର ଦାଶ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପୁସ୍ତକ ଉନ୍ମୋଚନ ଉତ୍ସବରେ ସହରର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Tags: #BookRelease #KahithiliDine #DrChoudhurySatyabratNanda #Balasore #Odisha


















