ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାର ଦେବେନ୍ଦ୍ରପୁରସ୍ଥିତ ବିଜୁପଟ୍ଟନାୟକ ସନ୍ତରଣାଗାରଠାରେ ଓଡ଼ିଶା ରାଜ୍ୟ ସନ୍ତରଣ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଦ୍ଵିତୀୟ ସନ୍ତରଣ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ ହୋଇଯାଇଛି।
ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଏବଂ ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ପ୍ରଶାନ୍ତ କୁମାର ନାୟକ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ମହାରାଣୀ ପ୍ରତିଯୋଗତାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଥିଲେ।
ସେହିପରି କମାଣ୍ଡାଣ୍ଟ ପ୍ରଶାନ୍ତ ନାୟକ କହିଥିଲେ, ଅନ୍ୟାନ୍ୟ ଖେଳ କୁଦ ସହିତ ସନ୍ତରଣ ଶିଖିବା ନିଶ୍ଚିତ ଭାବେ ପିଲାମାନଙ୍କର ଏକ ଅନନ୍ୟ ପ୍ରତିଭା। ଏହା କେବଳ ନିଜର ଦକ୍ଷତାର ପରିଚୟ ଦେଇ ନଥାଏ, ବରଂ ଜଳରେ ବୁଡ଼ିଯିବା ଭଳି ଆକସ୍ମିକ ବିପଦ ସମୟରେ ଆତ୍ମରକ୍ଷାର ମାଧ୍ୟମ ସାଜିଥାଏ।
ସନ୍ତରଣ ପ୍ରତିଯୋଗିତାରେ ୧୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାକୁ ହୁର୍ଷି ମହାପାତ୍ର, ହେମନ୍ତ କୁମାର ବଳ, କମଳ କୁମାର କୁଅଁରବାବୁ ଓ ଅବିନାଶ ସାହୁ ଆୟୋଜନ କରିଥିଲେ।
Tags: #Swimming #DistrictLevelSwimmingchampionship #Baripada #Mayurbhanj














