ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ରାଜ୍ୟସ୍ତରୀୟ ‘ବିକାଶ ମେଳା ୨୦୨୫’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ ଏହାର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ଵର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଜୁନ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଗତ ବର୍ଷକର ସଫଳତାର ଚିତ୍ର ଉପସ୍ଥାପନ କରାଯିବ।

ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସୁଆଦିଆ ଓଡ଼ିଆ ଖାଦ୍ୟର ପସରା ମେଲିବ। ଏହା ସହ ରାଜ୍ୟର ନିଆରା ଗ୍ରାମୀଣ ଉତ୍ପାଦ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ବଜାର ଲାଗିବ। ରାଜ୍ୟ ସରକାରଙ୍କ ସେବା, ସୁଶାସନ ଓ ସଫଳତାର ୧ ବର୍ଷ ପୂର୍ତ୍ତି ଅବସରରେ ଏହି ମେଳାର ଆୟାଜନ କରାଯାଇଛି।

Tags: #BarshaEkUpalabdhiAnek #VikashMela2025 #CMOdisha #MohanCharanMajhi #Odisha

Comment