ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରୁ ଆବୁଧାବିକୁ ସିଧାସଳଖ ଉଡ଼ିଲା ବିମାନ। ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ଦିନ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ଅନ୍ତର୍ଜାତୀୟ ବିମାନ ସେବାର ଶୁଭାରମ୍ଭ କରାଯାଇଛି। ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଏକ ଉଚ୍ଚ ସୋପାନକୁ ଯିବା ଆରମ୍ଭ କରିଛି। ଏହା ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ। ରାଜ୍ୟବାସୀଙ୍କର ବହୁ ଦିନର ସ୍ଵପ୍ନ ଆଜି ପୂରଣ ହୋଇଛି।”

ଗୁରୁବାର ଦିନ ୧୮୦ ଜଣ ଯାତ୍ରୀଙ୍କୁ ଧରି ପ୍ରଥମ ଥର ପାଇଁ ଭୁବନନେଶ୍ଵରରୁ ସିଧାସଳଖ ଆବୁଧାବିକୁ ଉଡ଼ାଣ ଭରିଛି ଇଣ୍ଡିଗୋ ବିମାନ। ଏହି ବିମାନରେ କାର୍ଗୋ ସେବା ମଧ୍ୟ ଆରମ୍ଭ ହୋଇଛି।

ଓଡ଼ିଶା ସହ ସିଧାସଳଖ ସୁସମ୍ପର୍କ ପ୍ରତିଷ୍ଠା ହେବା ସହ ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହା ଲାଭଦାୟକ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର। ମଙ୍ଗଳବାର, ଗୁରୁବାର ଓ ଶନିବାର ତିନିଦିନ ଭୁବନେଶ୍ଵରରୁ ଆବୁଧାବିକୁ ବିମାନ ସେବା ପାଇପାରିବେ ଯାତ୍ରୀ।

Tags: #DirectFlightService #BhubaneswarToAbuDhabi #CMMohanCharanMajhi #Odisha

Comment