ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଖାନନଗର କ୍ରିକେଟ ପଡ଼ିଆରେ ସାଉଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜିକ କର୍ମୀ ଗୋପାଳ ପଢ଼ିଆରୀ, ବରିଷ୍ଠ ଆଇନଜୀବୀ ବିଜୟ ଦାସ, ପରିଷଦର ସଭାପତି ଜଳଧର ସାମଲ, ଉପଦେଷ୍ଟା ହେମେନ୍ଦ୍ର ବୁଗୁଡ଼େଇ, ସମ୍ପାଦକ ସୁଧାକର ସେଠୀ, ପରିଷଦର ବରିଷ୍ଠ କର୍ମକର୍ତ୍ତା ଅଜୟ ଦାସ, ଅନୀଲ ରଞ୍ଜନ ଜେନା, ସତ୍ୟବ୍ରତ ସ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
ଏହି ଅବସରରେ ଆୟୋଜିତ ସଚେତନତା ଶିବିରରେ ସଭାପତି ଜଳଧର ସାମଲ ବିଦ୍ୟାର୍ଥୀ ପରିଷଦର ଆଭିମୁଖ୍ୟ ସମ୍ପର୍କରେ ଜଣାଇବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଆହ୍ଵନ ଦେଇଥିଲେ। ଆଗାମୀ ଦିନରେ ପରିଷଦ ୫୦ ହଜାର ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ। ଖାନନଗର କ୍ରିକେଟ ପଡ଼ିଆରେ ୧୦ରୁ ଅଧିକ ବଉଳ ଗଛ ଓ ୫ଟି ବରଗଛ ଲଗାଯାଇ ଏହାର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।
Tags: #WorldEnvironmentDay #Plantation #Balasore #odisha


















