ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏଯାଏଁ ଥମିନି ଝାଡ଼ାବାନ୍ତି। ଯାଜପୁର ପରେ ଏବେ ବାଲେଶ୍ଵରରେ ଅଣାୟତ ଝାଡ଼ାବାନ୍ତି ପରିସ୍ଥିତି। ଜିଲ୍ଲାର ୧୬ରୁ ଅଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯାଜପୁର ଓ ଭଦ୍ରକ ଜିଲ୍ଲାରେ ହଇଜା ବ୍ୟାପୁଥିବାରୁ ବାଲେଶ୍ଵର ଜିଲ୍ଲା ପାଇଁ ଚିନ୍ତା ବଢ଼ିଛି।

ଭୋଗରାଇ କମର୍ଦ୍ଦା ଅଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୬ ଜଣ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ପ୍ରଥମେ ଜ୍ଵର ହୋଇଥିଲା ତା’ପରେ ପେଟ କାଟିବା ସହ ଝାଡ଼ା ହୋଇଥିଲା। ଲଗାତର ଝାଡ଼ାବାନ୍ତି ହେବାରୁ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାଜ୍ୟର ୫ଟି ଜିଲ୍ଲାରେ ଡାଇରିଆ ବ୍ୟାପିଥିବା ବେଳେ ୨୫ ଜିଲ୍ଲାରେ ହୋଇନଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗୁରୁବାର ଦିନ ରାଜ୍ୟ ମେଡିକାଲ ଟିମ୍ ଯାଜପୁର, କଟକ ଓ ଭଦ୍ରକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗ୍ରାଉଣ୍ଡରେ କେନ୍ଦ୍ରୀୟ ଟିମ ସହ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନଜର ରଖିଛି।

ସଂକ୍ରମିତ ଅଞ୍ଚଳକୁ କେନ୍ଦ୍ରୀୟ ଟିମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଯାଜପୁରରେ ହଇଜାର କାରଣ କହିଛନ୍ତି। କେନ୍ଦ୍ରୀୟ ଟିମ୍‌ର ପରାମର୍ଶ ଅନୁସାରେ ସମସ୍ତ ଜଳ ଉତ୍ସ ବିଶୁଦ୍ଧ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ୩ ଦିନରେ ଥରେ ବିଶୁଦ୍ଧ ପାଇଁ କୁହାଯାଇଛି। ଯାଜପୁର ଜିଲ୍ଲାରେ ୧୦୦ଟି ସାମ୍ପଲରୁ ୧୬ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

Tags: #Diarrhea #HealthCare #Balasore #Jajpur #HealthDpt

Comment