ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ସାଉଁ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପୁରାତନ ବିଦ୍ୟାର୍ଥୀ ପରିଷଦର ସଭାପତି ଜଳଧର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାକୁ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ ଉଦଘାଟନ କରିଥିଲେ। ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର କାଳିପଦ ପଣ୍ଡା ସଭାରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।
ସଭାରେ ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ପଟ୍ଟାୟତ, ବିଚାରକ ଶିକ୍ଷାବିତ ପୁଷ୍ପିତା ଦାସ, ବନଲତା ଦାସ, ଗଦାଧର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ସମ୍ପାଦକ ସୁଧାକର ସେଠୀ ପ୍ରାକ କଥା ରଖିଥିବା ବେଳେ ମଞ୍ଚ ଆହ୍ଵାନ କରିଥିଲେ ମନ୍ମଥ କୁମାର ବାରିକ। ଶେଷରେ ସହ ସମ୍ପାଦକ ସତ୍ୟନାରାୟଣ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ। ସଭାରେ ସବ୍ୟସାଚୀ ପ୍ରାଧାନ, ଜୟଶ୍ରୀ ରାଉତ, ସନତ କୁମାର ପରିଡ଼ା, ହେମେନ୍ଦ୍ର କୁମାର ବୁଗୁଡ଼େଇ ଉପସ୍ଥିତ ଥିଲେ।
ଶିକ୍ଷୟିତ୍ରୀ ଇତିଶ୍ରୀ ବେହେରା, ଶ୍ରଦ୍ଧାଞ୍ଜଳି ମଲ୍ଲିକ, ଗୀତାଞ୍ଜଳି ପାତ୍ର, ଚିନ୍ମୟୀ ପାତ୍ର ଏବଂ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।
ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ବନ ମହୋତ୍ସବରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଳଧର ସାମଲ ସୂଚନା ଦେଇଛନ୍ତି।
Tags: #DebateandDrawingCompetition #FoundationDay #SaunRegionalHighSchool #Balasore #Odisha

















