ଓଡ଼ିଶାଲାଇଭ୍ ବ୍ୟୁରୋ
ଚଞ୍ଚଳ ବୟସରେ ଉଡୁଥାଏ ପିଲାଙ୍କ ମନ। ନା’ ଜୀବନକୁ ପରଓ୍ଵା ଥାଏ, ନା’ ଆଇନ କାନୁନକୁ ଖାତିର। ଛୋଟ ଛୋଟ ଦୁଷ୍ଟାମୀ ତ ଚଳିଯାଏ, ଯେତେବେଳେ ଜୀବନ-ମୃତ୍ୟୁର ଖେଳ ଖେଳିବାକୁ ସେମାନେ ପଛାନ୍ତି ନାହିଁ, ସେତେବେଳେ ସମସ୍ତଙ୍କ ନିଦ ହଜିଯାଏ।
ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ଅଞ୍ଚଳର ଜଣେ ୧୨ ବର୍ଷର ପିଲାର ରିଲ୍ ବନାଇବା ନିଶା କେତେ ଭୟଙ୍କର ହୋଇପାରେ, ଏହି ଭିଡିଓକୁ ଦେଖି ଆପଣ ଜାଣି ପାରୁଥିବେ। ଟ୍ରେନ ଆସୁଥିବାବେଳେ ଟ୍ରାକ୍ ମଝିରେ ଶୋଇ ପିଲାଟି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଥିଲା। ଆଉ ଏହି ଛାତିଥରା ଦୃଶ୍ୟକୁ ତା’ର ଜଣେ ସାଙ୍ଗ ମୋବାଇଲରେ କଏଦ କରିଥିଲା। ଏହି ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି।
ଭିଡିଓଟି ଭାଇରାଲ ହେବାପରେ ଏହାକୁ ନେଇ ସାରାଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାକୁ ଦେଖି ରେଳ ବିଭାଗର ମଧ୍ୟ ହୋସ ଉଡ଼ିଯାଇଛି। ଟ୍ରେନ ଟ୍ରାକରେ ଭିଡିଓ କରିବାର ବିପଜ୍ଜନକ ତଥା ବେଆଇନ ଅଭ୍ୟାସରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରାଇଛି ପୂର୍ବତଟ ରେଳବାଇ।
Tags: #TrainStunt #MinorBoy #Boudh #Odisha


















