ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବାଲେଶ୍ଵର ଜିଲ୍ଲାର ଅନେକ ଗାଁ। ବନ୍ୟା ପୀଡ଼ିତଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ବାଲେଶ୍ଵରଠାରେ ଏକ ମାଗଣା ସ୍ଵାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି।

 ଜିଲ୍ଲାରେ ଆହୁରି ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯିବ ବୋଲି ‘ଯୁବ ବିକାଶ’ ର ସଭାପତି ଗୋବିନ୍ଦ ବଲ୍ଲଭ ଦଳାଇ କହିଛନ୍ତି। ‘ଯୁବ ବିକାଶ’ର ସହ ନିର୍ଦ୍ଦେଶକ ଅସିତ କୁମାର ଦଳାଇ, ସ୍ଥାନୀୟ କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ଜେନା, ହେମନ୍ତ କୁମାର ଦଳାଇ, ଲକ୍ଷ୍ମୀପ୍ରିୟା ମାର୍ଣ୍ଡି, ସୁବାସ ଖୁଣ୍ଟିଆ, ରାଖାଲ ମାଇତି, ଜଗଦୀଶ ପରିଡ଼ା ପ୍ରମୁଖ ଶିବିରର ପରିଚାଳନା କରିଥିଲେ।

ନୟାବାଲି, ଇକଡ଼ପାଳ, କୁଲ୍ହା, ରସଲପୁର, ବିଷ୍ଣୁପୁର ଗ୍ରାମର ଶତାଧିକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

‘ବନଭାରତୀ ଫାଉଣ୍ଡେସନ’ ପକ୍ଷରୁ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିଲା। ଶିବିର ପାଖକୁ ଯେଉଁ ରୋଗୀମାନେ ପହଞ୍ଚି ପାରୁନଥିଲେ ସେମାନଙ୍କୁ ବାଇକ ଆମ୍ବୁଲାନ୍ସରେ ଆଣି ଚିକିତ୍ସା କରାଯାଇଥିଲା। ଭୁବନେଶ୍ୱରରୁ  ସମାଜସେବୀ ଗଗନ ପଇତାଳ ୫୦୦ରୁ ଅଧିକ ବନ୍ୟା ପୀଡ଼ିତ ପରିବାରଙ୍କୁ ପୋଷାକ ସହ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ।

ଶିବିରରେ ‘ଯୁବ ବିକାଶ’ ସଦସ୍ୟ ଦୟାନନ୍ଦ ଜେନା, ଉତ୍ତମ କୁମାର ପିଳା, ସନ୍ୟାସୀ ଜେନା, ମନ୍ମଥ ବେହେରା, ପୂଜାରାଣୀ ପାତ୍ର, ମଧୁସ୍ମିତା କର, ଅନିତା ପାଣିଗ୍ରାହୀ, ଅଞ୍ଜନା ପିଳା, ଲକ୍ଷ୍ମୀପ୍ରିୟା ବଢେଇ, ମମତା କର, ମାଳତୀ ସାହୁ, ଆରତୀ ସାହୁ, ହରେକୃଷ୍ଣ ଜେନା, ବିଦ୍ୟାଧର ଦାସ, ନୟନ ପାଣିଗ୍ରାହୀ, ଅମିତା କର, କରୁଣାକର ସେନାପତି ପ୍ରମୁଖ ସହଯୋଗ କରିଥିଲେ।

Tags: #FloodSituation #HealthCamp #Balasore #Treatment

Comment