ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମରଶରୀର। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସୁନାଧରଭସାଣ ପଞ୍ଚାୟତର ପଳାସିଆ ଗ୍ରାମରେ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୁଖାଗ୍ନୀ ଦେଇ ସବୁଦିନ ପାଇଁ ସୌମ୍ୟାଶ୍ରୀଙ୍କୁ ବିଦୟେ ଦେଇଛନ୍ତି ଭାଇ।
ନିଆଁରେ ପୋଡ଼ିହେବା ପୂର୍ବରୁ ମାନସିକ ଭାବେ ଜଳି ସାରିଥିଲେ ସୌମ୍ୟାଶ୍ରୀ। ନ୍ୟାୟ ପାଇଁ ଚିତ୍କାର କରି କରି ସବୁଦିନ ପାଇଁ ନିରବୀ ଗଲେ। ସୌମ୍ୟାଶ୍ରୀଙ୍କୁ ଝୁରୁଛି ଗାଁ ମାଟି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ଉଜୁଡ଼ି ଯାଇଛି ଗୋଟିଏ ହସଖୁସିର ସଂସାର।
ଜୁଲାଇ ୧୨ ତାରିଖ, ଶବିବାର ଦନ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଅସଦାଚରଣ ଅଭିଯୋଗ ଆଣିଥିଲେ। ତାଙ୍କ କଥାକୁ ଗୁରୁତ୍ଵ ଦିଆନଯିବାରୁ ସେ ଶେଷରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇଥିଲେ। ପ୍ରଥମେ ବାଲେଶ୍ଵର ପରେ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ସୌମ୍ୟାଶ୍ରୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ସୌମ୍ୟାଶ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା। ଫୁସଫୁସ୍, ହୃତପିଣ୍ଡ ଏବଂ କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବିଭିନ୍ନ ବିଭାଗର ୮ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ଵତନ୍ତ୍ର ଟିମ ଚିକିତ୍ସାର ତଦାରଖ କରୁଥିଲେ। ଆବଶ୍ୟକ ପଡ଼ିଲେ ସୌମ୍ୟାଶ୍ରୀଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲକୁ ଏୟାରଲିଫ୍ଟ କରାଯିବ ବୋଲି ମଧ୍ୟ ଡାକ୍ତରଖାନା ପକ୍ଷରୁ କୁହାଗଲା।
କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ସୋମବାର ରାତିରେ ହସ୍ପିଟାଲ ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଗଲା।
ଗତକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏମ୍ସ ବର୍ଣ୍ଣ ଓ୍ଵାର୍ଡକୁ ଯାଇ ଛାତ୍ରୀଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଡାକ୍ତରୀ ଟିମ୍ ସହ ଆଲୋଚନା କରିବା ସହ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ସୌମ୍ୟାଶ୍ରୀଙ୍କ ଆରୋଗ୍ୟ କାମନା କରିଥିଲେ।
ଏହି ଘଟଣାରେ ଗତକାଲି ନିଲମ୍ବିତ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବଖଣ୍ଟା ପୋଲିସ। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏଜୁକେସନ ବିଭାଗର ଏଚଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିଲା।
Tags: #FMCollegeStudent #Death #Balasore #Suicide #Treatment #Odisha












