ଓଡ଼ିଶାଲାଇଭ୍ ବ୍ୟୁରୋ

ଚିରନିଦ୍ରାରେ ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ ପ୍ରିନ୍ସ ଅଲୱଲିଦ ବିନ୍ ଖାଲିଦ। ୨୦ ବର୍ଷ କୋମାରେ ରହିବା ପରେ ଜୁଲାଇ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଛି।

‘ସ୍ଲିପିଂ ପ୍ରିନ୍ସ’ ଭାବେ ଜଣାଶୁଣା ପ୍ରିନ୍ସ ଅଲୱଲିଦ ବିନ୍ ଖାଲିଦ ହେଉଛନ୍ତି, ପ୍ରିନ୍ସ ଖାଲିଦ ବିନ୍ ତଲାଲ ଅଲ ସୌଦଙ୍କ ବଡ଼ ପୁଅ। ତାଙ୍କର ଜନ୍ମ ୧୯୯୦ ମସିହାରେ ହୋଇଥିଲା। ୧୫ ବର୍ଷ ବୟସରେ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ସେ ବର୍ଷ ବର୍ଷ ଧରି କୋମାରେ ରହିଥିଲେ।

ପରିବାରର ବିଶ୍ୱାସ ଥିଲା ଦିନେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। କିନ୍ତୁ ଆମେରିକା ଏବଂ ସ୍ପେନର ସ୍ୱତନ୍ତ୍ର ଚିକିତ୍ସା ସହ ଅତ୍ୟାଧୁନିକ ଚିକିତ୍ସା ସତ୍ତ୍ୱେ ମଧ୍ୟ ତାଙ୍କ ଚେତା ଫେରିନଥିଲା। ମାତ୍ର ୩୫ ବର୍ଷ ବୟସରେ ଏବେ ପ୍ରିନ୍ସ ଅଲୱଲିଦଙ୍କ ପରଲୋକ ଘଟିଛି।

Tags: #SleepingPrince #Death #Coma #SaudiArabia

Comment