ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ଆସ୍ଥା ଓ ଭକ୍ତିର ମହାଯାତ୍ରା ‘କାଉଡ଼ିଆ ଯାତ୍ରା’। ମହାଦେବଙ୍କୁ ଜଳଲାଗି କରିବାକୁ ଦୂର ଦୂରାନ୍ତରୁ ବିଭିନ୍ନ ଶୈବପୀଠକୁ ଯାତ୍ରା କରୁଛନ୍ତି ଭକ୍ତ। ଏହାରି ଭିତରେ ସାମ୍ନାକୁ ଆସିଛି ଏପରି ଏକ ଦୃଶ୍ୟ, ଯେଉଁଠି କେବଳ ଭାବ ଓ ଭକ୍ତି ନୁହେଁ ବରଂ ପ୍ରକୃତ ଭଲ ପାଇବା ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶର ମୁଜାଫରନଗରରୁ ସାମ୍ନାକୁ ଆସିଥିବା ଏହି ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି। ଯେଉଁଠାରେ ଆଶା ନାମକ ଜଣେ ମହିଳା ନିଜର ଭିନ୍ନକ୍ଷମ ସ୍ୱାମୀ ସଚିନଙ୍କୁ ପିଠିରେ ଧରି ପ୍ରାୟ ୧୫୦ କିଲୋମିଟର ଦୂର କାଉଡିଆ ଯାତ୍ରା କରିଛନ୍ତି।

ତେବେ ସଚିନ ୧୩ ବର୍ଷ ଧରି ପାଣି ଉଠାଇ କାଉଡ଼ିଆ ଯାତ୍ରାରେ ଯାଉଥିଲେ। କିନ୍ତୁ ଗତ ବର୍ଷ ମେରୁଦଣ୍ଡ ଅସ୍ତ୍ରୋପଚାର ସମୟରେ ସଚିନ ପକ୍ଷାଘାତର ଶିକାର ହେବାରୁ ନିଜ ପାଦରେ ଚାଲିପାରୁ ନାହାଁନ୍ତି। ଫଳରେ ଚଳିତ ବର୍ଷ ସ୍ଵାମୀଙ୍କୁ ନିଜ ପିଠିରେ ବୋହି କାଉଡ଼ିଆ ଯାତ୍ରା କରିଛନ୍ତି ସ୍ତ୍ରୀ ଆଶା।

Tags: #UttarPradesh #KanwarYatra #HusbandWife #India

Comment