ଓଡ଼ିଶାଲାଇଭ୍ ବ୍ୟୁରୋ

ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଣ୍ଡିତ ଜବାହରଲାଲ ନେହରୁଙ୍କ ପରେ କ୍ରମାଗତ ଭାବେ ସର୍ବାଧିକ ଦିନ ଭାରତର ପ୍ରଧାନମନ୍ତ୍ରୀ ପଦରେ ରହିବାର ଗୌରବ ହାସଲ କରିଛନ୍ତି ନରେନ୍ଦ୍ର ମୋଦୀ।ପୂର୍ବରୁ ଏହି ସ୍ଥାନରେ ଥିଲେ ଇନ୍ଦିରା ଗାନ୍ଧୀ।

ପ୍ରଧାନମନ୍ତ୍ରୀ ପଦରେ ଇନ୍ଦିରା ଗାନ୍ଧୀ ଲଗାତାର ୪ ହଜାର ୭୭ ଦିନ ରହିଥିବାବେଳେ, ୨୦୨୫ ଜୁଲାଇ ୨୫ ତାରିଖରେ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳର ୪ ହଜାର ୭୮ ଦିନ ପୂରଣ କରିଛନ୍ତି।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ କ୍ରମାଗତ ଭାବେ ୬ ହଜାର ୧୩୦ ଦିନ ଏହି ପଦରେ ରହି ତାଲିକାର ଶୀର୍ଷରେ ରହିଛନ୍ତି।

ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଛନ୍ତି। ସେ ୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

Tags: #NarendraModi #IndiraGandhi #IndiaPM

Comment