ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଭାରତ ପାଳନ କରିବ ୭୯ତମ ସ୍ଵାଧୀନତା ଦିବସ। ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ସବୁଆଡ଼େ ପାଳନ କରାଯିବ ଏହି ଜାତୀୟ ଉତ୍ସବ। ଏଥିପାଇଁ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର।
ସ୍ଵାଧୀନତା ଦିବସରେ ରାଜଧାନୀ ଭୁବନେଶ୍ଵରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ।
ସ୍ଵାଧୀନତା ଦିବସରେ ଓଡ଼ିଶାର ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ କେଉଁମାନେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ମନ୍ତ୍ରୀ, ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯିବ।
କେନ୍ଦୁଝର ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। ସେହିପରି ସମ୍ବଲପୁରରେ ମନ୍ତ୍ରୀ ସୁରେଶ ପୂଜାରୀ, ବଲାଙ୍ଗିରରେ ମନ୍ତ୍ରୀ ରବି ନାରାୟଣ ନାଇକ, କଳାହାଣ୍ଡିରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୁରୀରେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ସୁନ୍ଦରଗଡ଼ରେ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପତାକା ଉତ୍ତୋଳନ କରିବେ।
ଗଜପତି ଜିଲ୍ଲାରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପତାକା ଉତ୍ତୋଳନ କରିବାକୁ ଥିବାବେଳେ ଭଦ୍ରକରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ପତାକା ଉତ୍ତୋଳନ କରିବେ। ସେହିପରି ନବରଙ୍ଗପୁରରେ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, ସୋନପୁରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅନୁଗୁଳରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ରାୟଗଡ଼ାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।
Tags: #IndependenceDay #StatelevelProgram #NationalFlagHoisting #Odisha


















