ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ରାଜସ୍ଵ ଅମଲା ସଂଘ। ସାମୁହିକ ରହିଛନ୍ତି ସଂଘ କର୍ମଚାରୀ। ବାଲେଶ୍ଵର ଜିଲ୍ଲାର ସମସ୍ତ ଅମଲା ଆଜିଠାରୁ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଗତ ଜୁଲାଇ ୧୪ ତାରିଖରେ ଆନ୍ଦୋଳନ ପାଇଁ ସ୍ଥିର ହୋଇଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଅଗଷ୍ଟ ୧୧ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏପଟେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୨୦୦ ଅମଲା ଧାରଣାରେ ବସିଥିବାରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଜିଲ୍ଲା ସାଧାରଣ ସଂପାଦକ ସ୍ଵସ୍ତିକ ଦାସ ଏବଂ କାର୍ଯ୍ୟକାରୀ ସଭାପତି ପ୍ରାଚୀପ୍ରଭା ନନ୍ଦୀ।

Tags: #RevenueOfficersAssociation #Protest #Balasore #Odisha

Comment