ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ଆଲାସ୍କାରରେ ବିଶ୍ଵର ଦୁଇ ମହାଶକ୍ତିଙ୍କର ବୈଠକ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏହି ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ତେବେ ବୈଠକରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିଲା ନାହିଁ।

ବୈଠକରେ ଆଲୋଚନା ସକରାତ୍ମକ ଥିବା ନେଇ ଉଭୟ ନେତା କହୁଥିବା ବେଳେ ରୁଷ-ୟୁକ୍ରେନ ଯୁଦ୍ଧ ବିରତି ପାଇଁ ଆହୁରି ସମୟ ଲାଗିବାର ସମ୍ଭାବନା ରହିଛି।

ଭ୍ଲାଦିମିର ପୁଟିନ କହିଛନ୍ତି, “ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ମୁଁ ସମ୍ମାନ ଜଣାଉଛି। ଏହି ଯୁଦ୍ଧର ସମସ୍ତ ମୂଳ କାରଣକୁ ବିଚାରକୁ ନିଆଯିବା ଦରକାର। ପାରସ୍ପରିକ ବୁଝାମଣା ଦ୍ଵାରା ଶାନ୍ତି ଫେରି ପାରିବ।”

ସେହିପରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଖୁବଶୀଘ୍ର ନାଟୋ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ କଥା ହୋଇ ଯୁଦ୍ଧ ବନ୍ଦ କରିବାକୁ ଉଦ୍ୟମ କରିବେ।

Tags: #DonaldTrump #VladimirPutin #PeaceSummit #alaska

Comment