ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ସୂର୍ଯ୍ୟମୟୀ ମହାପାତ୍ର। ‘ଡାଲଚିନି’, ‘ପରବ’, ‘ଅନନ୍ତା’, ‘କର୍ମା’, ‘ସମାପାଜୁର ରଘୁ’ ଆଦି ଅନେକ ଲୋକପ୍ରିୟ ସିନେମାରେ ସୂର୍ଯ୍ୟମୟୀଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ପିଲାବେଳୁ ନୃତ୍ୟ ଓ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ସୂର୍ଯ୍ୟମୟୀ।
‘ମୁଁ ବି ହିରୋଇନ ହେବି’ ରିଆଲିଟି ସୋ’ ସୂର୍ଯ୍ୟମୟୀଙ୍କୁ ଦେଇଥିଲା ସୁଯୋଗ। ସୁନ୍ଦରୀ ସୂର୍ଯ୍ୟମୟୀଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଛି। ଅନେକ ତାଙ୍କ ପ୍ରେମରେ ମଧ୍ୟ ପଡ଼ିଛନ୍ତି। ଓଡ଼ିଶାଲାଇଭର ସାକ୍ଷାତକାରରେ ପ୍ରେମ ସମ୍ବନ୍ଧ ବିଷୟରେ କହିଛନ୍ତି ସୂର୍ଯ୍ୟମୟୀ।
“ମତେ ଭଲପାଇବା କଥା କହିଲେ ଲାଜ ଓ ଡର ଲାଗେ। ଆଜିକାଲି ଲୋକଙ୍କ ମନରେ ବହୁତ ଘୃଣା ରହିଛି। ମତେ କେହି ଜଣେ ପସନ୍ଦ କରୁଛି ଜାଣିଲେ ଖୁସି ଲାଗେ। ଜଣଙ୍କୁ ଭଲପାଇବା ଗୋଟେ ଦାୟିତ୍ଵ ଭଳି। ଭଲପାଇବା ପାଇଁ ବହୁତ ସମୟ ଅଛି। ଠିକ୍ ସମୟ ଆସିଲେ ମୁଁ ଖୁସିରେ ଆଗେଇବି”, କହିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ।
Tags: #SuryamayeeMohapatra #Actress #Ollywood #OdiaCinema #OdiaFilm #KeteKatha


















