ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ ଏବଂ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବିକଶିତ ଓଡ଼ିଶା ସମ୍ମିଳନୀ’। ଏଥିରେ ୨୦୩୬ ସୁଦ୍ଧା ବିକଶିତ ଓ ସମୃଦ୍ଧ ଓଡ଼ିଶାର ଗଠନ ଦିଗରେ ଥିବା ସମସ୍ୟା ଏବଂ ସମ୍ଭାବନାଗୁଡ଼ିକୁ ନେଇ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, “୨୦୩୬ ସୁଦ୍ଧା ଆମେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛୁ। ଦେଶର ସର୍ବଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶାକୁ ସ୍ଥାନ ଦେବାକୁ ଉଦ୍ୟମ ଜାରି ରହିଛି। ଆମର ଏହି ଲକ୍ଷ୍ୟ ହାସଲ ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶକୁ ଗ୍ରୋଥ୍ ଇଞ୍ଜିନ୍ ଭାବେ ନେଇ ଆମେ କାର୍ଯ୍ୟ ଆରମ୍ଭ କରିଛୁ।”

Tags: #ViksitOdisha #CMMohancharanMajhi #Odisha

Comment