ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଓଡ଼ିଶାରେ ଗଠନ ହେବ ଆଉ ୭ଟି ନୂଆ ମ୍ୟୁନିସିପାଲିଟି ଓ ୧୬ଟି ନୂଆ ଏନଏସି। ସ୍ଵାୟତ୍ତ ଶାସନ ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ମ୍ୟୁନିସିପାଲିଟି କରିବାକୁ ଘୋଷଣା କରାଯାଇଛି। ଏହି ୭ଟି ସହର ଏନଏସି ଥିବାବେଳେ ଏଗୁଡ଼ିକ ମ୍ୟୁନିସିପାଲିଟିକୁ ଉନ୍ନିତ ହେବ।

ସେହିପରି ୧୬ଟି ନୂଆ ଏନଏସି ମଧ୍ୟରେ ରହିଛି ବଲାଙ୍ଗିର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଓ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବୋରିଗୁମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର।

କିଛି ଦିନ ପୂର୍ବରୁ ୨୧ଟି ନୂଆ ଏନଏସି ଗଠନ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଏଥିମଧ୍ୟରୁ ୧୨ଟି ଏନଏସି ଗଠନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଵାୟତ୍ତ ଶାସନ ଦିବସ ଅବସରରେ ଆଉ ୭ଟି ଏନଏସି ଘୋଷଣା କରାଯିବା ପରେ ନୂଆ ଏନଏସି ସଂଖ୍ୟା ୨୮ରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏନଏସି ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Tags: #NewMunicipality #NAC #Odisha #OdishaGovt #CMMohanCharanMajhi

Comment