ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଇଲେକ୍ଟ୍ରିକ ଭେଇକିଲ ପଲିସି-୨୦୨୫ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ। ଏହି ବିଲ୍ ଅନୁସାରେ ରାଜ୍ୟରେ ୨୦୩୬ ମସିହା ସୁଦ୍ଧା ୭୦ ପ୍ରତିଶତ ଓ ୨୦୪୭ ମସିହା ସୁଦ୍ଧା ୮୦ ପ୍ରତିଶତ ଇଲେଟ୍ରିକ ଯାନ ଗଡ଼ିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାସହ ରାଜ୍ୟରେ ଇଭି ଚାର୍ଜିଂ ଇକୋସିଷ୍ଟମକୁ ବିକାଶ କରିବାକୁ ପ୍ରସ୍ତାବ ରହିଛି।
ଓଡ଼ିଶା ଇଭି ପଲିସି -୨୦୨୫ରେ ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ ତଥା ମାଲବାହୀ ଗାଡ଼ି ଭଳି ସବୁ ଇଭି କ୍ଷେତ୍ରରେ ପ୍ରୋତ୍ସାହନ ରାଶି ପାଇଁ ବ୍ୟବସ୍ଥା କାରାଯାଇଛି। ବିଭିନ୍ନ ଇଭି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ହଜାର ଟଙ୍କାରୁ ସର୍ବାଧିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ।
ଏହାସହ ପୁରୁଣା ଗାଡ଼ି ବଦଳାଇ ନୂଆ ଇଭି ନେଲେ ସାଧାରଣ ଗ୍ରାହକ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ପ୍ରାବଧାନ କାରାଯାଇଛି। ଏହି ନୀତି ୨୦୩୦ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିବ।
Tags: #OdishaEVPolicy #EV #Odisha










