ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ।
୨୦୨୬ ମାର୍ଚ୍ଚ ୫ ତାରିଖରେ ନେପାଳରେ ସାଧାରଣ ନିର୍ବାଚନ ହେବା ନେଇ ନିଷ୍ପତ୍ତି ହୋଇଛି।
ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ସୁଶୀଳା କାର୍କୀ। ସେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଥିଲେ।
ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଜେନ-ଜିଙ୍କ ଆନ୍ଦୋଳନ ତୀବ୍ର ହେବାରୁ ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେପି ଶର୍ମା ଓଲି।
ରାଷ୍ଟ୍ରପତି ଏବଂ ସେନାମୁଖ୍ୟ, ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଦେଶର ଶାସନ ଭାର ସୁଶୀଳା କାର୍କୀଙ୍କୁ ଦେବା ଲାଗି ସହମତି ପ୍ରକାଶ ପାଇଥିଲା।
Tags: #SushilaKarki #InterimPrimeMinisterofNepal #Politics









