ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଝିଲିକ ଭଟ୍ଟାଚାର୍ଯ୍ୟ। ଓଡ଼ିଆ ଚଳଚ୍ଚିତ୍ର ‘ଟାର୍ଗେଟ’ ଦେଇଥିଲା ଝିଲିକଙ୍କୁ ନୂଆ ପରିଚୟ।

ଓଡ଼ିଆ ସିନେମାରେ ଅଭିନୟ ପାଇଁ ଅଫର ଆସିଲା ପରେ ଝିଲିକ ଖୁସି ହୋଇଥିଲେ ସତ, କିନ୍ତୁ ତାଙ୍କୁ ସେତେବେଳକୁ ଓଡ଼ିଆ ଆସୁନଥିଲା। ନର୍ଭସ ଥିଲେ, ହେଲେ ପଛଘୁଞ୍ଚା ଦେଇନଥିଲେ। ଓଡ଼ିଆ ଶିଖିଲେ ଏବଂ ସିନେମାରେ ଅଭିନୟ କଲେ। ତା’ ପରଠାରୁ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି।

‘ଆଖିରେ ଆଖିରେ’, ‘ସୁପର ମିଛୁଆ’, ‘ଜଗା ହାତରେ ପଘା’ ଆଦି ସିନେମାରେ ଝିଲିକଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି।

ଅଭିନୟରେ ସଫଳତା ପରେ ପ୍ରଯୋଜନା କ୍ଷେତ୍ରକୁ ଆସିଲେ ଝିଲିକ। ‘ରୁଦ୍ରାଣୀ’, ‘ଲହରୀ’ ଆଦି ଝିଲିକଙ୍କ ପ୍ରଯୋଜିତ ସିନେମା। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ ଓଡ଼ିଆ ସିନେମା ଜଗତକୁ ନେଇ କହିଛନ୍ତି ଅନେକ କଥା। ଦେଖନ୍ତୁ ଭିଡିଓ।

Tags: #JhilikBhattacharjee #Actress #Entertainment #Ketekatha #OdiaCinema

Comment