ଓଡ଼ିଶାଲାଇଭ୍ ବ୍ୟୁରୋ
କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ସଫଳତା ପଥରେ ବାଧକ ସାଜି ପାରେନି। ଏହା ପ୍ରମାଣିତ କରିଛନ୍ତି ସୁନ୍ଦରଗଡ଼ର ଶ୍ରୀକାନ୍ତ ସାହାଣି।
ଶ୍ରୀକାନ୍ତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏହି ପରୀକ୍ଷାରେ ୩୦୮ତମ ସ୍ଥାନ ହାସଲ କରିଛନ୍ତି ସେ। ଦୃଷ୍ଟିବାଧିତ ହୋଇ ମଧ୍ୟ ଓସିଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି ଶ୍ରୀକାନ୍ତ। ତାଙ୍କ ଭଳି ଓଏଏସ୍ ହେବାକୁ ଆଶା ରଖିଥିବା ପିଲାଙ୍କ ପାଇଁ ଶ୍ରୀକାନ୍ତ ପାଲଟିଛନ୍ତି ପ୍ରେରଣା।
କଠିନ ପରିଶ୍ରମ ଏବଂ ପରିବାରର ସମର୍ଥନ ଓସିଏସ ପରୀକ୍ଷାରେ ସଫଳତା ଦେଇଥିବା ଶ୍ରୀକାନ୍ତ କୁହନ୍ତି। ପ୍ରଶାସନିକ ସେବାରେ ରହି ଭିନ୍ନକ୍ଷମଙ୍କ ଅଧିକାରର ସୁରକ୍ଷା କରିବେ ବୋଲି କହିଛନ୍ତି ଶ୍ରୀକାନ୍ତ ସାହାଣି।
Tags: #OCS #OAS #OCSExam2023Result #OPSC #Odisha #SrikantSahani #OCSTopper2023














