ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରେନ୍ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସୁଗମ କରିବାକୁ ଯାଉଛି ଭାରତୀୟ ରେଳବାଇ। ଏବେ ଟ୍ରେନ୍ ଟିକେଟ୍ ବୁକ୍‌ କରିଥିବା ଯାତ୍ରୀ ନିଜ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ। ଏଥିପାଇଁ କୌଣସି ଆର୍ଥିକ କ୍ଷତି ସହିବାକୁ ପଡ଼ିବନାହିଁ। ୨୦୨୬ ଜାନୁଆରି ମାସରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ଯାତ୍ରା ଯୋଜନାରେ ଅନେକ ସମୟରେ ଅବାଞ୍ଛିତ ପରିବର୍ତ୍ତନ ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଥିରେ ପ୍ରଥମେ ବୁକ୍ କରିଥିବା ଟ୍ରେନ୍ ଟିକେଟକୁ କ୍ୟାନ୍ସଲ୍ କରି ନୂଆ ତାରିଖରେ ପୁଣି ଟିକେଟ୍ ବୁକ୍ କରିବାକୁ ପଡ଼ିଥାଏ। ଏଥିପାଇଁ କ୍ୟାନ୍ସଲେସନ ଚାର୍ଜ ମଧ୍ୟ ଦେବାକୁ ପଡ଼ିଥାଏ।

ଏବେ ଟ୍ରେନ୍ ଯାତ୍ରୀମାନେ କୌଣସି କ୍ୟାନ୍ସଲେସନ ଫି’ ନଦେଇ ନିଜ ଯାତ୍ରା ତାରିଖ ବଦଳାଇ ପାରିବେ। ତେବେ ନୂଆ ତାରିଖରେ ସେହି ଟ୍ରେନରେ ସିଟ୍ ଖାଲିଥିଲେ ହିଁ କନଫର୍ମ ଟିକେଟ୍ ମିଳିବ, ନଚେତ ଯାତ୍ରୀଙ୍କୁ ତତ୍କାଳ ଟିକେଟ୍ ବୁକ କରିବାକୁ ହେବ।

Tags: #IndianRailways #Tickets #Passengers

Comment