ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁସେନା ବିଶ୍ଵର ଶକ୍ତିଶାଳୀ ବାୟୁସେନା ମଧ୍ୟରୁ ଅନ୍ୟତମ। ଅପରେସନ ସିନ୍ଦୂର ସମୟରେ ଭାରତର ବାୟୁସେନାର ଶକ୍ତି ସମଗ୍ର ବିଶ୍ଵ ଦେଖିଥିଲା। ଏବେ ଭାରତୀୟ ବାୟୁସେନାର ସମ୍ମାନ ଆହୁରି ବଢ଼ିବାକୁ ଯାଉଛି। ବ୍ରିଟେନର ରୟାଲ ଏୟାରଫୋର୍ସର ପାଇଲଟମାନଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପାଇଲଟ୍। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର୍ ଷ୍ଟାରମରଙ୍କ ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସାମରିକ ତାଲିମ ପାଇଁ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଏଥିରେ ଭାରତୀୟ ବାୟୁସେନାର ଫ୍ଲାଇଂ ଇନଷ୍ଟ୍ରକ୍ଟରମାନେ ରୟାଲ୍ ଏୟାରଫୋର୍ସରେ ପାଇଲଟ୍ ଟ୍ରେନର ଭାବେ କାର୍ଯ୍ୟ କରିବେ।
୧୯୩୨ ଅକ୍ଟୋବର ୮ ତାରିଖରେ ଭାରତକୁ ଶାସନ କରୁଥିବା ବ୍ରିଟେନ୍ ସରକାର ରୟାଲ ଇଣ୍ଡିଆନ ଏୟାରଫୋର୍ସର ପ୍ରତିଷ୍ଠା କରିଥିଲେ। ସ୍ଵାଧୀନତା ପରେ ଏହାର ନାମ ହୋଇଥିଲା ଇଣ୍ଡିଆନ ଏୟାରଫୋର୍ସ ବା ଭାରତୀୟ ବାୟୁସେନା। ଏବେ ସମୟର କଡ଼ ଲେଉଟାଇଛି। ଭାରତୀୟ ବାୟୁସେନା ବ୍ରିଟେନ୍ ବାୟୁସେନାର ପାଇଲଟମାନଙ୍କୁ ତାଲିମ ଦେବ।
Tags: #IndianAirForce #RoyalAirForce #PilotTraining
















