ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଝିଲିକ ଭଟ୍ଟାଚାର୍ଯ୍ୟ। ଓଡ଼ିଆ ଚଳଚ୍ଚିତ୍ର ‘ଟାର୍ଗେଟ’ ଦେଇଥିଲା ଝିଲିକଙ୍କୁ ନୂଆ ପରିଚୟ।

ଓଡ଼ିଆ ସିନେମାରେ ଅଭିନୟ ପାଇଁ ଅଫର ଆସିଲା ପରେ ଝିଲିକ ଖୁସି ହୋଇଥିଲେ ସତ, କିନ୍ତୁ ତାଙ୍କୁ ସେତେବେଳକୁ ଓଡ଼ିଆ ଆସୁନଥିଲା। ନର୍ଭସ ଥିଲେ, ହେଲେ ପଛଘୁଞ୍ଚା ଦେଇନଥିଲେ। ଓଡ଼ିଆ ଶିଖିଲେ ଏବଂ ସିନେମାରେ ଅଭିନୟ କଲେ। ତା’ ପରଠାରୁ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି।

‘ଆଖିରେ ଆଖିରେ’, ‘ସୁପର ମିଛୁଆ’, ‘ଜଗା ହାତରେ ପଘା’ ଆଦି ସିନେମାରେ ଝିଲିକଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ ଛୁଇଁପାରିଛି।

ଅଭିନୟରେ ସଫଳତା ପରେ ପ୍ରଯୋଜନା କ୍ଷେତ୍ରକୁ ଆସିଲେ ଝିଲିକ। ‘ରୁଦ୍ରାଣୀ’, ‘ଲହରୀ’ ଆଦି ଝିଲିକଙ୍କ ପ୍ରଯୋଜିତ ସିନେମା।

ସ୍ଵାମୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଝିଲିକ କହନ୍ତି, “ମଣିଷ ହିସାବରେ ଡ୍ୟାନି ବହୁତ ଭଲ। କିନ୍ତୁ ରାଜନୀତିରେ ବ୍ୟସ୍ତତା ହେତୁ ମତେ ସମୟ କମ୍ ଦିଅନ୍ତି। ମୁଁ ତାଙ୍କଠାରୁ ବହୁତ୍ କିଛି ଶିଖିଛି।”  

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ ଓଡ଼ିଆ ସିନେମା ଜଗତ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ କଥା କହିଛନ୍ତି। ଦେଖନ୍ତୁ ଭିଡିଓ।

Tags: #JhilikBhattacharjee #Actress #Entertainment #Ketekatha #OdiaCinema

Comment