ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆମ ଶରୀରର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ମସ୍ତିଷ୍କ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଏଥିରେ ଥିବା କୋଷିକାଗୁଡ଼ିକ ନିରନ୍ତର ଭାବେ ଅମ୍ଳଜାନ ଏବଂ ରକ୍ତ ସଞ୍ଚାଳନ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ, ତେବେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ।
ବ୍ରେନ୍ ଷ୍ଟ୍ରୋକ୍ ହେଲେ ବ୍ୟକ୍ତିକୁ ତୁରନ୍ତ ଚିକିତ୍ସା କରାନଗଲେ ଜୀବନ ମଧ୍ୟ ଯାଇପାରେ। ତେଣୁ ଠିକ ସମୟରେ ବ୍ରେନ୍ ଷ୍ଟ୍ରୋକକୁ ଚିହ୍ନିବା ଦରକାର।
ତେବେ ବ୍ରେନ ଷ୍ଟ୍ରୋକ୍ କାହିଁକି ହୁଏ, ବ୍ରେନ୍ ଷ୍ଟ୍ରୋକୁ କିପରି ଚିହ୍ନିବେ ଓ ବ୍ରେନ ଷ୍ଟ୍ରୋକର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ଶୁଭାଂଶୁ ଶେଖର ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BrainStroke #Causes #Symptoms #DoctorAdvice #OdiaHealthTips














