ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ‘ରାଫେଲ’ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ‘ରାଫେଲ’ରେ ଉଡ଼ିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୯ ତାରିଖରେ ହରିଆଣାର ଅମ୍ବାଲା ବାୟୁସେନା ଷ୍ଟେସନରେ ପହଞ୍ଚିଥିଲେ। ବାୟୁ ବୀରଙ୍କ ୟୁନିଫର୍ମ ପିନ୍ଧି ଯୁଦ୍ଧ ବିମାନ ‘ରାଫେଲ’ରେ ଉଡ଼ିଥିଲେ ରାଷ୍ଟ୍ରପତି। ଏହା ସହ ସେ ଅମ୍ବାଲା ବାୟୁସେନା ଘାଟି ପରିଦର୍ଶନ କରିଥିଲେ।

୨୦୨୦ ମସିହାରେ ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିବା ଯୁଦ୍ଧ ବିମାନ ‘ରାଫେଲ’ ‘ଅପରେସନ ସିନ୍ଦୂର’ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ ଦେଇ ନିଜର ଦମ୍ ଦେଖାଇଥିଲା।

ଭାରତର ତିନି ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବେ ଏହା ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦ୍ଵିତୀୟ ଅଭିଜ୍ଞତା। ଏହା ପୂର୍ବରୁ ସେ ୨୦୨୩ରେ ଆସାମର ତେଜପୁରସ୍ଥିତ ବାୟୁସେନା ବିମାନ ଘାଟି ପରିଦର୍ଶନ କରିବା ସମୟରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡ଼ିଥିଲେ।

Tags: #DroupadiMurmu #PresidentOfIndia #FighterJetRafale

Comment