ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା। ଏକ ପାସେଞ୍ଜର ଟ୍ରେନ ଓ ମାଲବାହୀ ଟ୍ରେନ ଗୋଟିଏ ଟ୍ରାକକୁ ଆସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଟ୍ରେନ ମଧ୍ୟରେ ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ମାଲବାହୀ ଟ୍ରେନ୍ ଉପରେ ଯାତ୍ରୀବାହୀ ଟ୍ରେନ ଚଢ଼ି ଯାଇଥିଲା। ଦୁର୍ଘଟଣାରେ କିଛି ଯାତ୍ରୀ ମୃତାହତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଏହି ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।

ବିଳାସପୁର ରେଳ ଷ୍ଟେସନ ନିକଟରେ ଅପରାହ୍ଣ ପ୍ରାୟ ୪ଟା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଉଦ୍ଧାରକାରୀ ଦଳ ଦୁର୍ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ରେଳବାଇ ପକ୍ଷରୁ ୨୪ ଘଣ୍ଟିଆ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି।

ଏହି ଦୁର୍ଘଟଣାରେ ଓଭରହେଡ ଓୟାର ଏବଂ ସିଗନାଲ ସିଷ୍ଟମ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଏହି ରୁଟରେ ଟ୍ରେନ୍  ଚଳାଚଳ ବନ୍ଦ ରହିଛି।

Tags: #TrainAccident #Bilaspur #Chhattisgarh #Death

Comment