ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ ବା ‘ମନରେଗା’ର ନାଁ। ଯୋଜନାର ନୂଆ ନାମ ହେଲା ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’ ବା ‘ପିବିଜିଆରଓ୍ଵାଇ’। ଏହି ଯୋଜନାରେ ସର୍ବନିମ୍ନ ନିଶ୍ଚିତ କାର୍ଯ୍ୟ ଦିବସ ୧୨୫କୁ ବୃଦ୍ଧି କରାଯିବା ସହ ଦୈନିକ ମଜୁରୀ ୨୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ‘ମନରେଗା’ର ନାମ ପରିବର୍ତ୍ତନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି।

୨୦୦୫ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ଵାଧୀନ ଉପା ସରକାର ସମୟରେ ‘ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ନିୟମ-୨୦୦୫’ ଭାବେ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହା ‘ନରେଗା’ ଭାବେ ଜଣାଗଲା।

ପରେ ୨୦୦୯ ମସିହାରେ ଏହାର ନାମ ପରିବର୍ତ୍ତନ କରାଯାଇ ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ ହେଲା। ଏହା ‘ମନରେଗା’ ଭାବେ ପରିଚିତ ହେଲା। ଗରିବ ପରିବାରର ସଦସ୍ୟଙ୍କୁ ବର୍ଷକୁ ନିଶ୍ଚିତ ୧୦୦ ଦିନର କାମ ଯୋଗାଇ ଦେବା

Tags: #MGNREGA #PBGRY #GovtOfIndia #UnionCabinet

Comment