ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ଶ୍ରମିକଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ଗୁରୁବାର କେନ୍ଦ୍ର ସରକାର ସବୁ ରାଜ୍ୟରେ ମନରେଗାର ମଜୁରି ହାର ବଢ଼ାଇଛନ୍ତି। ଓଡ଼ିଶାରେ ଏହା ୨୩୭ ଟଙ୍କାରୁ ୨୫୪ ଟଙ୍କାକୁ ବଢ଼ିଛି। ଏହା ନୂଆ ମଜୁରି ୧ ଏପ୍ରିଲ ୨୦୨୪ରୁ କାର୍ଯ୍ୟକାରୀ ହେବ। ଏନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନରେଗାର ମଜୁରି ହାର ଗୋଆରେ ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ ଉତ୍ତରପ୍ରଦେଶରେ ଏହି ହାର ସର୍ବନିମ୍ନ ୩.୦୪ ପ୍ରତିଶତ ବଢ଼ିଛି। ଏବେ ଗୋଆରେ ମନରେଗା ଶ୍ରମିକଙ୍କ ଦୈନିକ ମଜୁରି ୩୫୬ ଟଙ୍କା ହୋଇଥିବାବେଳେ ଉତ୍ତରପ୍ରଦେଶରେ ୨୩୭ ଟଙ୍କା ହୋଇଛି।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଏବେ ମନରେଗା ଦୈନିକ ମଜୁରି ହରିୟାଣାରେ ସର୍ବାଧିକ ୩୭୪ ଟଙ୍କା ରହିଛି। ସେହିପରି ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ସର୍ବନିମ୍ନ ୨୩୪ ଟଙ୍କା ଧାର୍ଯ୍ୟ କରାଯାଇଛି।

ଅନ୍ୟପଟେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମନରେଗା ମଜୁରି ହାରରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। କର୍ଣ୍ଣାଟକରେ ମନରେଗା ଶ୍ରମିକଙ୍କ ବର୍ଦ୍ଧିତ ମଜୁରି ୩୪୯ ଟଙ୍କା ହୋଇଛି। ଏହାସହ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନରେ ଏହା ଦୈନିକ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ତେବେ ସାରା ଦେଶରେ ଏହି ମନରେଗାର ହାରାହାରି ଦୈନିକ ମଜୁରି ୨୮ ଟଙ୍କା ବୃଦ୍ଧି ପାଇଛି। ଫଳରେ ଏହା ପୂର୍ବ ବର୍ଷ ୨୬୧ ଟଙ୍କା ଥିବାବେଳେ ଏବେ ୨୮୯ ଟଙ୍କା ହୋଇଛି।  

ଗତ ଫେବ୍ରୁଆରି ମାସରେ ଆସିଥିବା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ରେ ମନରେଗା ପାଇଁ ୮୬ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ କେନ୍ଦ୍ର ସରକାର।

Tags: #MGNREGA #RuralWorkers #DailyWage #MinistryofRuralDevelopment #India

LEAVE A REPLY

Please enter your comment!
Please enter your name here