ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବାଲିଆ ରାମେଶ୍ୱର ମନ୍ଦିର ସମ୍ମୁଖରେ ‘ଆମ ପରମ୍ପରା ଟ୍ରଷ୍ଟ’ର ଏକାଦଶତମ ବାର୍ଷିକ ଉତ୍ସବ ‘ସମ୍ପର୍କ-୨୦୨୫’ ଅନୁଷ୍ଠିତ ହୋଇଯାଇଛି।
ଟ୍ରଷ୍ଟର ସଭାପତି ବିବର୍ତ୍ତନ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବକୁ ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ ଉଦଘାଟନ କରିଥିଲେ। ବରିଷ୍ଠ ସାମ୍ବାଦିକ ଶଶିରଞ୍ଜନ ମଲ୍ଲି ଉତ୍ସବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ମୁରଲୀଧର ନାୟକ ପ୍ରାକ୍ ସୂଚନା ଦେଇଥିଲେ। ପରେ ନଅଟି ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।
ସାନ୍ଧ୍ୟ ଅଧିବେଶନରେ ଅତିଥି ଭାବେ ସହଦେବ ଖୁଣ୍ଟା ଥାନା ଅଧିକାରୀ ବିରଞ୍ଚି ନାରାୟଣ ସାହୁ, ପଣ୍ଡିତ ମନ୍ମଥ ମିଶ୍ର, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ହରିହର ନାୟକ, ଏବିଇଓ ମୁକ୍ତେଶ୍ଵର ସେଠୀ, ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଦିବସବ୍ୟାପୀ ସଂକୀର୍ତ୍ତନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ସିଲଡ଼ ଦଳ, ସେହିପରି ଦ୍ୱିତୀୟରେ ବାରବାଟିଆ ଓ ତୃତୀୟ ସ୍ଥାନ ଅଧିକାରୀ କରିଥିଲେ ପାଟଣା ରାୟପୁର ଦଳ।
ଏହି ଅବସରରେ ସାରସ୍ୱତ ସାଧକ ନିରଞ୍ଜନ ଖୁଣ୍ଟିଆଙ୍କୁ ସମାଜସେବୀ ସମ୍ମାନ, ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କୁ ଶୁଭଙ୍କର ପିରି ଯୁବ ସାମ୍ବାଦିକ ସମ୍ବର୍ଦ୍ଧନା, ସମ୍ପୂର୍ଣ୍ଣା ସାହୁଙ୍କୁ ନିତ୍ୟାନନ୍ଦ ନାୟକ ସମ୍ମାନ ପ୍ରଦାନ କରାଯାଇଥିଲା।
ସତ୍ୟଭାମା ମୁଦୁଲି ମଞ୍ଚ ଆହ୍ଵାନ କରିଥିବା ବେଳେ ଅମରେନ୍ଦ୍ର ଦାସ, ରଞ୍ଜିତ ପରିଡ଼ା, ଚନ୍ଦ୍ରକାନ୍ତ ବେହେରା ମାନପତ୍ର ପାଠ କରିଥିଲେ। ଶେଷରେ ମହେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ସୁରେଶଚନ୍ଦ୍ର ଜେନା, ନିରଞ୍ଜନ ସାହୁ ଓ ଜଗଦୀଶଚନ୍ଦ୍ର ଦେ ବିଚାରକ ଭାବେ ଯୋଗ ଦେଇଥିଲେ। ସଭ୍ୟ ଡକ୍ଟର ବିଥିକା ରାଣୀ ପଟ୍ଟନାୟକ, ଦିଲ୍ଲୀପ ରାଉତ, ଗୀତାଞ୍ଜଳି ପାଣିଗ୍ରାହୀ ଓ ପଦ୍ମାବତୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Tags: #Sampark2025 #AamaParamparaTrust #AnnualDay #Balasore










