ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ। ୫ ଦଶନ୍ଧିରୁ ଅଧିକ କାଳ ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ଛାତ୍ର ଆନ୍ଦୋଳନରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସେ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଯୋଗ ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ ହୋଇ ଜେଲ୍ ଯାଇଥିଲେ। ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ପ୍ରଭାବିତ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୦ ମସିହାରେ ଜନତା ଦଳ ଟିକେଟରେ ବଡ଼ଚଣା ଆସନରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୬ ଥର ବିଧାୟକ ହେବା ସହ ଥରେ ମନ୍ତ୍ରୀ ହୋଇଥିଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ମଧ୍ୟ ସେ ସାମ୍ନା କରିଛନ୍ତି।
ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ଅମର ପ୍ରସାଦ ଶତପଥୀ। ଦେଖନ୍ତୁ ଭିଡିଓ…
Tags: #Politics #OdishaPolitics #Politician #AmarPrasadSatpathy









