ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୮ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକା ସେଥିମଧ୍ୟରୁ ୯ ଜଣ ପରୁଣା ମୁହଁଙ୍କ ଉପରେ ନବୀନ ଭରସା କରିଛନ୍ତିା

ମହେଶ୍ୱର ମହାନ୍ତି – ନବୀନଙ୍କ ଆସ୍ଥା ଜିତିଛନ୍ତି ପୁରୀ ବିଧାୟକ ମହେଶ୍ୱର ମହାନ୍ତିା ୧୯୯୫ରୁ ଲଗାତର ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା ମହେଶ୍ୱରଙ୍କୁ ପୁଣି ବିଜେଡି ଭରସା କରିଛିା

ଦେବାଶିଷ ସାମନ୍ତରାୟ – ବାରବାଟୀ-କଟକରୁ କିଏ ବିଜେଡି ଟିକେଟ ପାଇବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା ଗତ ଦୁଇ ଦିନ ତଳେ କଟକ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବାରବାଟୀ-କଟକ ଝୁଲିକି ରହିଥିଲା ଶେଷରେ ଦେବାଶିଷ ପୁଣି ବାଜି ମାରି ନେଇଛନ୍ତିା ୨୦୦୯ରୁ ଦେବାଶିଷ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତିା

ଚନ୍ଦ୍ରସାରଥୀ ବେହେରା – କଟକ-ସଦର ଆସନରେ ଟିକେଟ ବଜାୟ ରଖିଛନ୍ତି ଚନ୍ଦ୍ରସାରଥୀ ବେହେରା ୨୦୧୪ରେ ଏହି ଆସନରୁ ବିଜୟୀ ହୋଇ ଚନ୍ଦ୍ର ସାରଥୀ ମନ୍ତ୍ରୀ ହୋଇଥିଲୋ ଏଥର ପୁଣି କଟକ-ସଦରରୁ ପ୍ରାର୍ଥୀ ହୋଇଛନ୍ତି ଚନ୍ଦ୍ର ସାରଥୀ।

ଅମର ପ୍ରସାଦ ଶତପଥୀ – ବଡ଼ଚଣା ବିଧାନସଭା ଆସନରୁ ଏକାଧିକ ଥର ବିଧାୟକ ଭାବେ ଜିତିଥିବା ଅମରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ନବୀନା ୨୦୧୯ ନିର୍ବାଚନ ପାଇଁ ତାଙ୍କୁ ଟିକେଟ ମିଳିଛିା ସେ ଟିକେଟ ଦୌଡରୁ ବାଦ୍ ପଡ଼ି ପାରନ୍ତି ବୋଲି କୁହାଯାଉଥିଲା। ହେଲେ ଅମର ଟିକେଟ ପାଇଛନ୍ତିା

ବିଷ୍ଣୁ ଦାସ – ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ଟିକେଟ ଦେଇଛି ବିଜେଡିା ହେଲେ ତାଙ୍କ ଆସନ ବଦଳିଛିା ବିଷ୍ଣୁଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡିା ଜଗତସିଂହପୁର ଆସନରୁ ଗତ ଥର ବିଷ୍ଣୁ ପରାଜିତ ହୋଇଥିଲୋ

ସେହିପରି ବାଲେଶ୍ୱର ଆସନରେ ଜୀବନ ପ୍ରଦୀପ ଦାସ, ଜଳେଶ୍ୱରରେ ଅଶ୍ୱିନୀ କୁମାର ପାତ୍ରଙ୍କୁ ପୁଣି ଟିକେଟ ମିଳିଛିା

Comment