ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ଶଶିଭୂଷଣ ବେହେରା। ୪ ଦଶନ୍ଧିରୁ ଅଧିକ ସମୟ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ସମାଜର ଅବହେଳିତ ବର୍ଗଙ୍କ ଅଧିକାରର ସୁରକ୍ଷା ପାଇଁ ଆନ୍ଦୋଳନରୁ ରାଜନୀତିରେ ପ୍ରବେଶ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ପରେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଥିଲେ।

ସେ ୨୦୦୪ରେ ବାଲିପାଟଣା ଆସନରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୩ ଥର ବିଧାୟକ ଏବଂ ଥରେ ମନ୍ତ୍ରୀ ହୋଇଛନ୍ତି ଶଶିଭୂଷଣ ବେହେରା। ରାଜନୈତିକ ଜୀବନରେ ଅନେକ ଉଠାଣି ଗଡ଼ାଣିର ସାମ୍ନା କରିଛନ୍ତି। ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ଶଶିଭୂଷଣ ବେହେରା। ଦେଖନ୍ତୁ ଭିଡିଓ।

Tags: #ShashibhushanBehera #OdishaPolitics #VeteranLeader #PoliticalJourney #KeteKatha

Comment