ଓଡ଼ିଶାଲାଇଭ୍ବ୍ୟୁରୋ

ଯେଉଁମାନେ ଚାକିରି କିମ୍ବା ବିଭିନ୍ନ କୋର୍ସରେ ଯୋଗ ଦେବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଜାତି ଓ ଆବାସ ପ୍ରମାଣପତ୍ରର ଆଟେଷ୍ଟେଡ୍‌ କପି ଆଉ ଦରକାର ପଡିବ ନାହିଁ। ସେମାନେ ଏଣିକି ନିଜେ ସେସବୁ ଡିକଲାରେସନ ଦେଇପାରିବେ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରାର୍ଥୀ ମାନେ ଚାକିରି କିମ୍ୱା ପାଠ୍ୟକ୍ରମରେ ଯୋଗ ଦେବା ପରେ ଯାଇ ସେମାନଙ୍କୁ ମୂଳ ପ୍ରମାଣପତ୍ର ଦାଖଲ କରିବା ପାଇଁ ହେବ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଇ-ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହାର ଅନୁବର୍ତ୍ତୀ ରାଜସ୍ୱ ବିଭାଗ ପକ୍ଷରୁ ଉପରୋକ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକଙ୍କୁ ଓ ରାଜସ୍ୱ ଅଧିକାରୀମାନଙ୍କୁ ପ୍ରମାଣପତ୍ର ଦେବା ପାଇଁ ଅଯଥା ଅଧିକ ସମୟ ବ୍ୟୟ କରିବାକୁ ହେଉଛି। ଏଥିପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଣେ ରାଜସ୍ୱ ଅଧିକାରୀ କହିଛନ୍ତି ଯେ, ପ୍ରତିବର୍ଷ ଜାତି, ଆବାସ, ଆୟ ଇତ୍ୟାଦି ପାଇଁ ପ୍ରାୟ ୫୦ ଲକ୍ଷ ଆବେଦନ ପତ୍ର ଆସିଥାଏ।

LEAVE A REPLY

Please enter your comment!
Please enter your name here