ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ପଟ୍ଟାପୋଲ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏହି ଅଞ୍ଚଳର ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ କଣ୍ଟେନମେଣ୍ଟ ଉଠାଇବାକୁ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

କଟକ ପଟ୍ଟାପୋଲ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଏମ୍‌ସି କର୍ତ୍ତୃପକ୍ଷ ସମଗ୍ର ଅଞ୍ଚଳକୁ ଏପ୍ରିଲ ୪ରେ ସିଲ୍‌ କରିଥିଲେ। ବକ୍ସି ବଜାର ଛକଠୁ ଷ୍ଟୁଆର୍ଟ ସାଇନ୍ସ କଲେଜ ଛକ ସିଲ୍‌ ହୋଇଥିବା ବେଳେ ଷ୍ଟୁଆର୍ଟ ସାଇନ୍ସ କଲେଜଠୁ ସୂତାହାଟ ମସ୍‌ଜିଦ ଛକ ପର୍ଯ୍ୟନ୍ତ ରାସ୍ତା ସିଲ୍‌ ହୋଇଥିଲା। ସେହିପରି ସୂତାହାଟ ମସ୍‌ଜିଦ ଛକଠୁ ତିନିକୋଣିଆ ବଗିଚା ପର୍ଯ୍ୟନ୍ତ ରାସ୍ତା ସିଲ୍‌ କରାଯାଇଥିଲା।

coronaତିନିକୋଣିଆ ବଗିଚାଠୁ ବକ୍ସିବଜାର ଛକ ପର୍ଯ୍ୟନ୍ତ ସିଲ୍‌ ହୋଇଥିଲା ରାସ୍ତା। ଏହି ଅଞ୍ଚଳରେ ଲୋକଙ୍କ ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲା ସିଏମ୍‌ସି।

ଆକ୍ରାନ୍ତ ଜଣକ ସୁସ୍ଥ ହେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଥିଲା।

LEAVE A REPLY

Please enter your comment!
Please enter your name here